jayashree

ଘୁନସରରେ ପୁଷ୍‌ପୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ : ଦର୍ଶକଙ୍କ ମନ ମୋହିଲେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମର ଶ୍ରୀ ଅରବିନ୍ଦ ଯୁବକ ସଂଘ ଆନୁକୂଲ୍ୟରେ ଓ କଳାହାଣ୍ଡି ଘୁମୁରା ଷ୍ଟୁଡ଼ିଓର ପ୍ରସ୍ତୁତି ଏବଂ ଅଜିତ ସାହୁଙ୍କ ପ୍ରଯୋଜନାରେ ସ୍ଥାନୀୟ ଦୁର୍ଗାମଣ୍ଡପଠାରେ ପୁଷ୍‌ପୁନି ଭେଟ୍‌ଘାଟ୍‌-୨୦୨୩ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବକ ସଂଘର ସଦସ୍ୟମାନେ ସ୍ଥାନୀୟ ଚଣ୍ଡି ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ । ଏହି କାର୍ଯକ୍ରମରେ ସମାଜସେବୀ ସତ୍ୟପ୍ରିୟ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ମୁଖ୍ୟବକ୍ତା ଭାବେ ସାମ୍ବାଦିକା ଶତରୁପା ସାମନ୍ତରାୟ ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧକ୍ଷ୍ୟ ଗୁଣସାଗର ମାଝୀ, ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ରିତାରାଣୀ ହାତୀ, ସଇଁନ୍ତଲା ବ୍ଳକ ଆତ୍ମା ଅଧକ୍ଷ୍ୟ ହେମନ୍ତ ସାହୁ, ଘୁନସର ସରପଞ୍ଚ ଅନୁରାଧା ସେଠ୍‌, କଁସର ସରପଞ୍ଚ ହେମକାନ୍ତି ସାହୁ, କନ୍ଧକେଲଗାଁ ସରପଞ୍ଚ ଅହଲ୍ୟା ସାହୁ, ଭଦ୍ରା ସରପଞ୍ଚ ରାଜିନ୍ଦ୍ର ଜାନୀ, ଗଣ୍ଡପତ୍ରାପାଲି ସରପଞ୍ଚ ମନେଶ ସୁନା, କୁଇକେଡ଼ା ସରପଞ୍ଚ ଯୁଗଲାଲ ମାଝୀ, ଡ଼ୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, ତାଲବାହାଲ ସରପଞ୍ଚ ନନ୍ଦିକିଶୋର ବଗର୍ତ୍ତୀ, କୁମ୍ଭାରୀ ସରପଞ୍ଚ ଶୈଳେନ୍ଦ୍ରୀ ମହାନନ୍ଦ, ବିବିନା ସରପଞ୍ଚ ପୁରୁଷୋତ୍ତମ କଲତା, ଡେଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଟିକେଶ୍ୱର ସାହୁ, ସମାଜସେବୀ ସାମୁଏଲ ନନ୍ଦ, ଦୀପକ ଅଗ୍ରୱାଲ, ବାଲକୃଷ୍ଣ ନାଗ, ଶିଶକେଲା ସମିତି ସଭ୍ୟ ଉମାକାନ୍ତ ରଣା ପ୍ରମୁଖ ମଞ୍ଚାସୀନ ରହି ମତବ୍ୟକ୍ତ କରିଥିଲେ । ଯୁବକ ସଙ୍ଘ ସଭାପତି ପ୍ରେମାନନ୍ଦ ବାଗଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ସ୍ୱାଗତ ନାଏକ, ସୁବାଶିଷ ମିଶ୍ର, ଟୁଲୁ ମହାପାତ୍ର ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ କମେଡ଼ି କିଙ୍ଗ ଯୋଗେଶ ଯୋଯୋ ଦର୍ଶକଙ୍କ ମନ ମୋହିଥିବା ବେଳେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ପଙ୍କଜ ଜାଲ, ଆଶିଷ କୁମ୍ଭାର, ମୁକ୍ତା ପ୍ରମୁଖ ସଂଗୀତ ପରିବେଷଣ ଏବଂ ନୃତ୍ୟଶିଳ୍ପୀ କଲ୍ୟାଣୀ ପ୍ରଧାନ, ରୂପେଲି ଓଝା, ପୂଜା, ସ୍ୱାତିମୟୀ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ସମାଜସେବୀ ମନୋଜ ଶର୍ମା, ସାମ୍ବାଦିକ ତରୁଣ ବେହେରା, ରାଖାଲ ଶତପଥୀ, ଆଲୋକ ସାହୁ, ଜୁଲୁ ମହାପାତ୍ର, ଶତରୂପା ସାମନ୍ତରାୟ, ବିଶାଲ ଅଗ୍ରୱାଲ, ଅବିନାଶ ନନ୍ଦ, ଅଜିତ ସାହୁ, ନାରାୟଣ ସାହୁ, ରାମନାରାୟଣ ବାଗ, ଗୋକୁଳାନନ୍ଦ ବଗର୍ତ୍ତୀ, ରଂଜନ ବାଗ, ଅନ୍ତିମ ପାଣିଗ୍ରାହୀ, ମନୋଜ ପଣ୍ଡା, ଶମ୍ଭୁନାଥ ସାହୁ, ତରୁଣ ସାହୁଙ୍କ ସମେତ ଘମୁରା ଷ୍ଟୁଡ଼ିଓ ରେକଡ଼ିଷ୍ଟ ବିକାଶ ସାହୁ, ଓଡ଼ିଶା ସୁନ୍ଦରୀ ମାମୀ ଦାସ, ମେକପ୍‌ ଆର୍ଟିଷ୍ଟ କିରଣ ଶତପଥୀ, କଣ୍ଠ ଶିଳ୍ପୀ ଏଚ୍‌ଏସ୍‌ କୁମ୍ଭାର, ଅଜୟ ଦୀପ, ଯୋଯୋ, ବିନୋଦ ନାଗ, ଆଶୁତୋଷ ଦାସ, ଗୀତିକାର ହୀରାଧର ଗହୀର, ଜନକ ସେଠ୍‌, ସଂଗୀତ ନିର୍ଦ୍ଦେଶକ ଧୀରଜ ସାହୁ, ସୁପ୍ରସିଦ୍ଧ ଘୁଡ଼କା ବାଦକ ସାନ, ବଡ଼ ଓ କୁନୀ, ହାସ୍ୟକବି ଅର୍ଜୁନ ସାହୁ ପ୍ରମୁଖଙ୍କୁ ଉପଢେ଼øକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବକ ସଂଘର ସମ୍ପାଦକ ମନୋଜ ସାହୁ, ଉପସଭାପତି ଆଲୋକ ଚନ୍ଦ୍ର ନାଏକ, ସହସମ୍ପାଦକ ସୁନୀଲ ଗହୀର, କୋଷାଧକ୍ଷ ତୁଳସୀ ଦାସ ଗହୀରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ସର୍ବ ଶେଷରେ ଆୟୋଜକ କମିଟି ତରଫରୁ ଅଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.