ମର୍ମନ୍ତୁଦ ସଡକ ଦୁର୍ଘଟଣା : ବସ୍ ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି/କାଲିମେଳା : ମାଲକାନଗିରି-କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥରେ ବସ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ଘଟିଛି । ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ କାଲିମେଳା ଆଡୁ ଆସୁଥିବା ଏକ ବସ ଏମ୍‌ଭି୧୯ ନିକଟରେ ଧକ୍କା ଦେଇଥିଲା । ବାଇକ ସହିତ ଚାଳକ ବସ ଭିତରେ ପଶିଯାଇଥିବାରୁ ଘଟଣା ସ୍ଥଳରେ ହିଁ ବାଇକ ଚାଳକର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ବସଟିକୁ ଅଟକାଇ କାଲିମେଳା ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କାଲିମେଳା ଥାନା ପୁଲିସ ପହଞ୍ଚି ବସ ଟିକୁ ଜବତ କରି ଗାଡି ତଳେ ଚାପିହୋଇଥିବା ବାଇକ ଓ ଗାଡିଚାଳକକୁ ଉଦ୍ଧାର କରିଥିଲେ । ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ । ପୁଲିସ ମୃତ ଶରୀର ଜବତ କରି ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.