ପାକିସ୍ତାନରେ ଅଟା ଅଭାବ, ୩୧୦୦ ଟଙ୍କାରେ ସବ୍‌ସିଡିଯୁକ୍ତ ଅଟା ପ୍ୟାକେଟ

ଇସ୍‌ଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଅଭାବ ପରିମାଣରେ ବୃଦ୍ଧି ପାଇଛି ଯେ, ଅନାହାର ପରିସ୍ଥିତି ଉପୁଜିଛି । କୁହାଯାଉଛି ଯେ, ଦୁଇ ଖଂଡ଼ ରୁଟି ପାଇଁ ପାକିସ୍ତାନୀ ପରିବାରର ଲୋକେ ଏବେ କଷ୍ଟ ପାଉଛନ୍ତି । ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ, ରାୱଲପିଣ୍ଡିର ଖୋଲା ବଜାରରେ ଅଟା କିଲୋଗ୍ରାମ ପିଛା ୧୫୦ ଟଙ୍କାରେ ପହଞ୍ଚିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସାହର ସହରରେ ୧୫ କିଲୋଗ୍ରାମ ଗହମ ବ୍ୟାଗ ୨,୨୫୦ ଟଙ୍କାରେ ବିକ୍ରି ହେଉଛି । ଏଥିସହିତ ସବ୍‌ସିଡିଯୁକ୍ତ ଅଟାର ମୂଲ୍ୟ ବି ଆକାଶକୁ ଛୁଇଁବା ଆରମ୍ଭ କରିଛି । ସବ୍‌ସିଡିଯୁକ୍ତ ୨୫ କିଲୋଗ୍ରାମ ପ୍ୟାକେଟ ଅଟାର ମୂଲ୍ୟ ପ୍ୟାକେଟ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.