oom

ମାଲ୍ୟବନ୍ତ ମହୋତ୍ସବ ପାଇଁ ୧୫ରୁ ଆରମ୍ଭ ହେବ ପୁସ୍ତକ ମେଳା

jsmm

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ପାଇଁ ଆସନ୍ତା ୧୫ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ସବ ସ୍ଥଳରେ ପୁସ୍ତକ ମେଳା ଆୟୋଜନ ହେବ । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵରଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ଵାଇଁ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ସହକାରୀ ଜିଲ୍ଲାପାଳ ସାଗରିକା ସାହୁ, ଡେପୁଟି କଲେକ୍ଟର ରାଖଲ ଚନ୍ଦ୍ର ପରିଡା, ବନବାସୀ ଗବେଷକ ରତ୍ନାକର ଦାଶ, ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟାପକ ଡଃ ସରୋଜ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଶ୍ୟାମସୁନ୍ଦର ନାୟକ ଓ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ପୁସ୍ତକ ମେଳାର ରୂପ ରେଖ ପ୍ରସ୍ତୁତ କରିଥିଲେ । ଏହି ପୁସ୍ତକ ମେଳାରେ ବିଦ୍ୟାପୁରୀ, ଫ୍ରେଣ୍ଡସ୍ ପବ୍ଲିକେସନ, ସ୍ଵାବଲମ୍ବନ, ପକ୍ଷୀଘର, ଭାରତୀ ପବ୍ଲିକେସନ, ଗ୍ରନ୍ଥ ମନ୍ଦିର, ଓଡିଶା ବୁକ, କାବ୍ୟଲୋକ, ସତ୍ୟନାରାୟଣ, ଲେଖାଲେଖୀ ଭଳି ପୁସ୍ତକ ବିକ୍ରେତାଙ୍କ ଯୋଗଦାନ ପୁସ୍ତକମେଳା ମାହୋଲକୁ ଅଧିକ ଆକର୍ଷଣୀୟ କରିବ ବୋଲି ଆଶା ପ୍ରକଟ କରାଯାଇଛି । ଏହି ପୁସ୍ତକ ମେଳାରେ କବିତା ପାଠ ଉତ୍ସବ ସାଙ୍ଗକୁ କୁଇଜ ପ୍ରତିଯୋଗିତା ହେବ । ଜିଲ୍ଲା ଓ ଜିଲ୍ଲା ବାହାରର ବରିଷ୍ଠ କବି ସାହିତ୍ୟିକମାନଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.