୯୬ ଜଣ ଶିକ୍ଷକଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର : ଶିକ୍ଷା ମନ୍ତ୍ରୀ ସମୀର ଦାସ ଶୁକ୍ରବାର ୯୬ ଜଣ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଶିକ୍ଷକ ଭାବେ ନିଯୁକ୍ତି ପାଇ ମଧ୍ୟ ଦୀର୍ଘ ଦିନ ହେଲା ସେମାନେ ସ୍କୁଲ ଆସୁନାହାନ୍ତି । ବର୍ଷ ବର୍ଷ ହେବ ସ୍କୁଲ ନ ଆସି ମଧ୍ୟ ଚାକିରି କରିଛନ୍ତି । ଶିକ୍ଷକ ଅଭାବରୁ ରାଜ୍ୟରେ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଥିବା ବେଳେ ଚାକିରି କରି ମଧ୍ୟ ଶିକ୍ଷକ ସ୍କୁଲ ଆସୁ ନାହାନ୍ତି । ଏପରି ଶିକ୍ଷକଙ୍କୁ ଶିକ୍ଷା ବିଭାଗ ଟାର୍ଗେଟ କରିଛି । ଏଯାବତ ୪୦ ଜଣ ପାଖାପାଖି ଶିକ୍ଷକ ନିଲମ୍ବିତ ହୋଇ ସାରି ଥିବା ବେଳେ ଆଉ ୯୬ ଜଣ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.