oom

ବଲାଙ୍ଗିର ଜିଲ୍ଲାରେ ଆଜି ୩୪ ଜଣ କରୋନା ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରେ ୬ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩୪ ଜଣ କରୋନା ସଂକ୍ରମିତି ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୬ ଜଣ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୫ ଓ ୬ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ.୨୦ ଓ ୨୧ରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଗଲ୍‌ପୁର ବ୍ଲକ ସାଲେଭଟା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ସକ୍‌ମା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ଚାନ୍ଦୋତରା ଗ୍ରା.ପ.ରୁ ୧, ଝଲପ ଗ୍ରା.ପ.ରୁ ୨ ଏବଂ ସିନ୍ଧେକେଲା ଗ୍ରା.ପ.ରୁ ୨, ଗୁଡ଼ଭେଲା ବ୍ଲକ୍‌ ରୁଷୁଡ଼ା ଗ୍ରା.ପ.ରୁ ୧, ଖପ୍ରାଖୋଲ ବ୍ଲକ୍‌ ଭାନପୁର ଗ୍ରା.ପ.ରୁ ୧, ଲାଠୋର ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ବୁଢ଼ୀପଦର ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ହଲଦି ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରା.ପ.ରୁ ୧, ମରୁଆଁ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୬, ୧୧ ଓ ୧୩ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ୍‌ ଘୁନ୍‌ସର ଗ୍ରା.ପ.ରୁ ୨ ଏବଂ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ସିକେର ଗ୍ରା.ପ.ରୁ ୧, ଟିଟିଲାଗଡ଼ ଏନ୍‌ଏସି ୱାର୍ଡ ନଂ.୩, ୪ ଓ ୧୪ରୁ ଜଣେ ଲେଖାଏଁ, ତୁରେକେଲା ବ୍ଲକ୍‌ ବୁରୋମାଲ ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ତେବେ ଜିଲ୍ଲାରେ ଏବେ ୩୬୨ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଥିବା କୁହାଯାଇଛି ।

Leave A Reply

Your email address will not be published.