୨୮ରୁ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଭୁବନେଶ୍ୱର : ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା । ୨୮ରୁ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବାକୁ ଥିବାବେଳେ ୩୦ରୁ ୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜନ କରାଯିବ । ଏହାକୁ କିପରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରାଯିବ ସେ ନେଇ ଶନିବାର ବିଏମ୍‌ସି କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ପ୍ରଥମ କରି ଏଥର ଯାତ୍ରା ପାର୍ଟିଗୁଡିକ ପାଇଁ ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛି । ଯାତ୍ରା ପୂର୍ବରୁ ଷ୍ଟେଜ୍‌ର ମ୍ୟାପ୍‌ ସହିତ ବିଦ୍ୟୁତ୍‌ ବିଭାଗଠାରୁ ଆରମ୍ଭ କରି ଫାୟାରସେପ୍ଟି ପର୍ଯ୍ୟନ୍ତ ସବୁ କିଛିର ଏନ୍‌ଓସି ନେବା ଜରୁରୀ । ଏହା ପରେ ବିଏମ୍‌ସି ପକ୍ଷରୁ ଯାତ୍ରା ପାଇଁ ଅନୁମତି ମିଳିବ । ଖଣ୍ଡଗିରି ଯାତ୍ରାରେ ଯେପରି କିଛି ଅଶ୍ଳୀଳନୃତ୍ୟ ବା କାହାର ଭାବାବେଗକୁ ଆଘାତ ପହଞ୍ଚିଥିବା ଭଳି ଶବ୍ଦର ବ୍ୟବହାର ନ କରାଯିବ ସେ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏଥିସହ ମେଳାରେ ଦୋକାନ ପକାଇବା ପାଇଁ ଷ୍ଟଲ ଆଲଟ୍‌ମେଣ୍ଟ କରାଯିବ। ଏହାପରେ ସମ୍ପୃକ୍ତ ଦୋକାନୀ ବା ସଂସ୍ଥାକୁ ଏଥିପାଇଁ ଏନ୍‌ଓସି ନେବାକୁ ପଡ଼ିବ । ପୂର୍ବଥର ମେଳାରେ ୩୮୫ ଷ୍ଟଲ୍‌ ପଡିଥିବା ବେଳେ ଚଳିତ ବର୍ଷ ଦୋକାନ ସଂଖ୍ୟା କମ୍‌ ରହିବ । ସେହିପରି ପାର୍କିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି ।

Leave A Reply

Your email address will not be published.