ଅନୁଗୁଳ : ଶନିବାର ତାଳଚେର ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । ଟିଏଫ୍ଏଲ୍ ପ୍ଲାଣ୍ଟର ଅଗ୍ରଗତି ସମ୍ପର୍କରେ କରିବେ ସମୀକ୍ଷା । ଅନୁଗୁଳ ତାଳଚେରରେ ନୂତନ ଭାବେ ନିର୍ମାଣଧିନ ତାଳଚେର ଫଟିଲାଇଜର ଲିମିଟେଡ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା କରିବାକୁ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସ୍ଵାସ୍ଥ୍ୟ, ସାର ଓ ରସାୟନ ବିଭାଗର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆସୁଛନ୍ତି । ଦିନ ପ୍ରାୟ ୧୧ଟା ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ବିକ୍ରମପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ କାରରେ ଟିଏଫ୍ଏଲ୍ ପ୍ଲାଣ୍ଟ ଭିତରକୁ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ଲାଣ୍ଟର କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ସେ ସମ୍ପର୍କରେ ପ୍ଲାଣ୍ଟ କତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ମୋଟ ୧୩ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନୂତନ ପ୍ଲାଣ୍ଟର ନିର୍ମାଣ ଚାଲିଛି । ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ ।