ଦେଓଗାଁ ଫରେଷ୍ଟ ରେଞ୍ଜରେ ବିୟୁଟି ପାର୍ଲର ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଚନ୍ଦ୍ରପୁର ଡାକୁପଡାସ୍ଥିତ ଦେଓଗାଁ ଫରେଷ୍ଟ ରେଞ୍ଜରେ ଏକ ବିୟୁଟି ପାର୍ଲର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଚେୟାରମ୍ୟାନ୍ ଦିନାନିଧି ଖମାରି ମୁଖ୍ୟ ଅତିଥି ଭାବରେ କାର୍ଯ୍ୟ କରିଥିଲେ । ଗ୍ରାମାଞ୍ଚଳର ଶିକ୍ଷିତ ବାଳିକା ଏବଂ ମହିଳାମାନେ ସ୍ୱାଧୀନ ହେବା ପାଇଁ ଏହିପରି ତାଲିମ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଜେଏସ୍‌ଏସ୍‌ର ନିର୍ଦ୍ଦେଶକ ମିସ୍ ସଂଘମିତ୍ରା ଜେନା ଏବଂ ଏପିଓ ବିଷ୍ଣୁ ପ୍ରସାଦ ଦାସ, ନରେନ୍ଦ୍ର ବିଶ୍ୱାଳ ପ୍ରୟୋଜିତ ଏହି ଶିବିରରେ ଉପସ୍ଥିତ ଥିଲେ । ୨୦ ଜଣ ଯୁବତୀଙ୍କୁ ତାଲିମ ଦିଆଯିବ ବୋଲି ସେ କହିଛନ୍ତି । ଏଥିରେ ସହଯୋଗ କରିଥିଲେ ଚରଣପାନି ବେଜ, ବିପିନ ବିହାରୀ ଭୋଇ, କନକବର୍ଦ୍ଧନ ବାରିକ ଏବଂ ଜଙ୍ଗଲ କର୍ମଚାରୀ । ପ୍ରଶିକ୍ଷଣ ସମାପ୍ତ ହେବା ପରେ ୱାର୍ଡ ନମ୍ବର ୧ ତୁଷୁରାର କାଉନସିଲରଙ୍କ ଉପସ୍ଥିତିରେ ତାଲିମ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ଏବଂ ଜେଏସ୍‌ଏସ୍‌ର ନିର୍ଦ୍ଦେଶକ ମିସ୍‌ ସଂଘମିତ୍ରା ଜେନା ବନ ବିଭାଗକୁ ସହାୟତା କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.