ଦିଲ୍ଲୀ ପରେଡ୍‌ରେ ଅତିଥି ଭୁଞ୍ଜିଆ ଦମ୍ପତି : ଖାଲିପାଦରେ ଓଡ଼ିଶାରୁ ଯିବେ ରାଜଧାନୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପରଷିବେ ଆଦିବାସୀ ଖାଦ୍ୟ

ନୂଆପଡ଼ା, (ନିରାକାର ମେହେର) : ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ଭାବେ ସାମିଲ ହେବେ ନୂଆପଡ଼ା ଜିଲ୍ଲାର ଆଦିବାସୀ ଦମ୍ପତି । ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ କୁଞ୍ଜବାଇ ମାଝିଙ୍କୁ ଏଥିଲାଗି ଦିଲ୍ଲୀରୁ ନିମନ୍ତ୍ରଣ ଆସିଛି । ସେଠି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଓ ଆଦିମ ଜନଜାତିଙ୍କ ପାରମ୍ପରିକ କନ୍ଦମୂଳ ଓ ମିଲେଟ୍‌ ଜାତୀୟ ଖାଦ୍ୟ ଖାଇବାକୁ ଦେବେ ବୋଲି ଦମ୍ପତି ଉତ୍ସାହ ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ, ପ୍ରତିବର୍ଷ ଓଡ଼ିଶାରୁ ଏକ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ । ଏଥର ସୁନାବେଡ଼ା ଅଭୟାରଣ୍ୟରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସ୍ଥାନ ପାଇଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟରୁ କେବଳ ଆଦିମ ଜନଜାତି ସମ୍ପ୍ରଦାୟରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସାମିଲ ହେବେ । ପାରମ୍ପରିକ ବେଶପୋଷାକ ପରିଧାନକରି କାର୍ଯ୍ୟକ୍ରମରେ ସାମିଲ ହେବେ । ସମ୍ପ୍ରଦାୟରେ ଚପଲ ପିନ୍ଧିବାର ପରମ୍ପରା ନଥିବାରୁ ଭୁଞ୍ଜିଆ ଦମ୍ପତି ଖାଲିପାଦରେ ଓଡିଶାର ରାଜଧାନୀ ଦିଲ୍ଲୀକୁ ଯିବେ ।

Leave A Reply

Your email address will not be published.