ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର : ଆଜିଠୁ ଓଡ଼ିଶାରେ ମିଳିବ ୫ଜି ସେବା । ଟେଲିକମ ନେଟଓ୍ୱର୍କ ସେବାରେ ଆରମ୍ଭ ହେବ ଆଉ ଏକ ଯୁଗ । ରିଲାଏନ୍ସ ଓ ଏୟାରଟେଲ୍ ସହଯୋଗୀତାରେ ସାରା ରାଜ୍ୟରେ ସ୍ଥାପନ ହୋଇଛି ପ୍ରାୟ ୫୧୦ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ୍) ଟାଓ୍ୱାର । ଭୁବନେଶ୍ୱରରେ ୫ଜି ସେବାର ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଫାଷ୍ଟ ଇଣ୍ଟରନେଟ୍ ପାଇବା ସହିତ ୟୁଜର ନେଟଓ୍ୱର୍କ ସମସ୍ୟାର ସମ୍ମୁଖୀନ ହେବେନାହିିଁ । ବାଧାରହିତ ଇଣ୍ଟରନେଟ୍ ପାଇବେ ଓଡିଶାବାସୀ । ଭୁବନେଶ୍ୱର, କଟକ ଓ ଅନ୍ୟ କେତେକ ସହରରେ ପ୍ରଥମେ ୫ଜି ସେବା ଉପଲବ୍ଧ ହେବ । ଏହାସହିତ ଶ୍ରୀ ବୈଷ୍ଣବ ରାଜ୍ୟର କେତେକ ଗ୍ରାମୀଣ ଅଞ୍ଚଳ ପାଇଁ ୧୦୦ଟି ୪-ଜି ଟାଓ୍ୱାର ଗୁଡିକୁ ମଧ୍ୟ ଲୋକାର୍ପିତ କରିବେ ।

Leave A Reply

Your email address will not be published.