ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ

ବେଲପଡା, (କେପିଏନ୍‌ଏସ୍‌) : ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ପୁରୁଷୋତ୍ତମଙ୍କୁ ହତ୍ୟା ଅଭିଯୋଗରେ ଗାଁର କଲୋନୀପଡାର ଶିଷ୍ୟ ହେମନ୍ତ ପୁଟିକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗୁରୁଦ୍ରୋହୀ ଅଭିଯୁକ୍ତ ଶିଷ୍ୟକୁ ପୋଲିସ ଗିରଫ କରିବା ପରେ ଘଟଣାସ୍ଥଳକୁ ନେଇ ପଚରାଉଚରା କରୁଥିବା ବେଳେ ହତ୍ୟାକାଣ୍ଡର ଗୋଟି ଗୋଟି ଦୃଶ୍ୟକୁ ବେଧଡକ ବଖାଣିଛି ହତ୍ୟାକାରୀ ହେମନ୍ତ ପୁଟି । ପୋଲିସ ଆଗରେ ବିଭିତ୍ସ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରିଥିଲା ଶିଷ୍ୟ । କଣ ପାଇଁ ଓ କେମିତି ହତ୍ୟା କରିଥିଲା ପୁରୁଷୋତ୍ତମ ତାହା ଟିକିନିଖି କରି କହିଥିଲା ।

Leave A Reply

Your email address will not be published.