csstore

ହକି ବିଶ୍ୱ କପ ଟ୍ରଫିକୁ ସ୍ୱାଗତ

ସଇଁତଲା, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ସଇଁତଲାର ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳଙ୍କ ନେତୃତ୍ୱରେ ପୁରୁଷ ହକି ବିଶ୍ୱ କପ ଟ୍ରଫିକୁ ମହାସମାରୋହରେ ସ୍ଥାନୀୟ ନବୀନ ଛକ ତଥା ରାଜପଥ ୨୬ ନିକଟରେ ସ୍ୱାଗତ ପୂର୍ବକ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ସମାରୋହରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ତିରପତି ମେହେର, ଡିଲେଶ୍ୱର ଭୋଇ, ଅନିମା ନନ୍ଦ, ଅଧ୍ୟାପକ ଶଶୀଭୂଷଣ ପଧାନ, ଘନଶ୍ୟାମ ମାଝୀ, ଭବାନୀ ଶଙ୍କର ବାରିକ, ରାଜକୁମାର ବଗର୍ତ୍ତୀ, ଆଶୀଷ ମନ୍ତର ଦର୍ଜୀ, ଅଧ୍ୟାପିକା ମମତା ପୁରୋହିତ, ଭବାନୀ ମିଶ୍ର, ସନ୍ତୋଷିନୀ ତ୍ରିପାଠୀ, ସ୍ୱପ୍ନାଞ୍ଜଳି ପଟେଲ, ସଙ୍ଗୀତା ମହାକୁଡ, ରାମ୍ୟା ବି. ତଥା ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଖେଳ ଇନ୍‌ଚାର୍ଜ ଅଧ୍ୟାପକ ସୁରେଶ ଚନ୍ଦ୍ର ବାଗଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଉକ୍ତ ସ୍ୱାଗତ ସମାରୋହରେ ସ୍ଥାନୀୟ ପଞ୍ଚାୟତ ସମିତିି ଅଧ୍ୟକ୍ଷା ମୋନିକା ସିଂ ଭୋଇ ଏବଂ ସରପଞ୍ଚ ସୁବ୍ରତ ନାଗ ଯୋଗଦାନ କରି ସ୍ୱାଗତ ସମାରୋହକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.