csstore

ହକି ବିଶ୍ୱ କପ୍‌ର ପ୍ରଚାର ପ୍ରସାର ଶୋଭାଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଥିବା ଯଶୋଧା ମହିଳା ମହାବିଦ୍ୟାଳୟ ତରଫରୁ ଓଡିଶାରେ ହେବାକୁ ଥିବା ହକି ବିଶ୍ୱ କପ୍‌କୁ ନେଇ ଓଡିଶାର କୋଣ ଅନୁକୋଣରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ଠାରୁ ଆରମ୍ଭ କରି, ରାଜନେତା, ବିଭିନ୍ନ ଅନୁଷ୍ଠାନ ଓ ସାଧାରଣ ଜନତାଙ୍କ ତରଫରୁ ତାର ପ୍ରସାର ପ୍ରଚାର ପାଇଁ ତତ୍ପରତା ବୃଦ୍ଧି ପାଉଛି । ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ହକି ବିଶ୍ୱ କପ୍‌ ପ୍ରଚାର ପ୍ରସାରର ଶୁଭ ଉଦ୍‌ଘାଟନ ମହିଳା ମହାବିଦ୍ୟାଳୟ ତରଫରୁ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାସୀମ କମ୍ପାନୀ ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି ଓ ପିଆରଓ ପ୍ରବୀଣ କୁମାର ଦାଶ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ଷ୍ଟାଡ଼ିୟମରୁ ଏକ ହକି ବିଶ୍ୱ କପ୍‌ ସଚେତନତା ଶୋଭାଯାତ୍ରା ବାହାରି ଗଞ୍ଜାମ ବଡ ବଜାର ମୁଖ୍ୟ ରାସ୍ତା ଦେଇ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଶିକ୍ଷାନୁଷ୍ଠାନ ପରିସରରେ ବିଶ୍ୱ କପ୍‌ ଟ୍ରଫି, ଖେଳାଳିଙ୍କ ଚିତ୍ରାଙ୍କନ ବିଶ୍ୱକପ ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅଧ୍ୟକ୍ଷା ଲିପିକା ପଣ୍ଡା, ୟୁଏଏ ସମ୍ପାଦକ ମଙ୍ଗରାଜ ପଣ୍ଡା, ଅଧ୍ୟାପକା ହିମଶିଖା ସାହୁ, ସିଦ୍ଧାନ୍ତ ଶେଖର ପ୍ରଧାନ, ଗାରିମା ପ୍ରିୟଦର୍ଶିନୀ ରଥ, ନିପ୍ତା ମିଶ୍ର, ମନୀଷା ସାହୁ, କର୍ମଚାରୀ ସୁରେଶ ଚନ୍ଦ୍ର ସାହୁ, ଜ୍ଞାନ ରଞ୍ଜନ ସାହୁ, କେ. ଏଲେୟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.