ଆସିକା ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଘଟଣାରେ ୭ ଗିରଫ

ଆସିକା : ଆସିକା ଜନଗହଳି ପୂର୍ଣ୍ଣ ସ୍ଥାନୀୟ ବଜାର ସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସ ଲୁଟ୍ ଘଟଣାରେ ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟ୍ ଘଟଣାରେ ୭ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ଏକ ମାଉଜର ସହ ୬ ରାଉଣ୍ଡ ଜୀବନ୍ତ ଗୁଳି, ୩ଟି ମୋଟର ସାଇକେଲ୍, ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାର ଥାନାରେ ମାମଲା ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଅତିରିକ୍ତ ଅଧୀକ୍ଷକ ପ୍ରଦୀପ କୁମାର ଦଳାଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.