csstore

ଆସନ୍ତା ୮ ତାରିଖରେ ପ୍ରେସ୍‌କ୍ଲବ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଅଫିସିଆଲି କ୍ରିକେଟ ମ୍ୟାଚ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ୍‌କ୍ଲବ ପକ୍ଷରୁ ଆସନ୍ତା ୮ ତାରିଖ ରବିବାର ଦିନ ବନ୍ଧୁତ୍ୱପୂର୍ଣ୍ଣ ଅଫିସିଆଲି କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ । ଏଥିପାଇଁ ଏକ ପାକ ପ୍ରସ୍ତୁତି ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବ ସଭାପତି ଶବର କୁମାର ତରାଇ ସଭାପତିତ୍ୱ କରିଥିଲେ । ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ଗଞ୍ଜାମ ତହସିଲ ଷ୍ଟାଫଙ୍କ ନେତୃତ୍ୱ ନେବେ ତହସିଲଦାର, ପୋଲିସ ଷ୍ଟାଫଙ୍କ ଥାନା ଅଧିକାରୀ, ବ୍ଲକ ଷ୍ଟାଫଙ୍କ ବିଡ଼ିଓ, ଏନଏସି ଷ୍ଟାଫଙ୍କ କାର୍ଯ୍ୟନର୍ବାହୀ ଅଧିକାରୀ ଏବଂ ଗ୍ରାସୀମ କମ୍ପାନୀ ଷ୍ଟାଫଙ୍କ ୟୁନିଟ ହେଡ଼, ଗଞ୍ଜାମ ମହାବିଦ୍ୟାଳୟଙ୍କ କଲେଜ ଅଧ୍ୟକ୍ଷ, ଗଞ୍ଜାମ ପ୍ରେସ୍ କ୍ଲବର ସଭାପତି ଅଂଶଗ୍ରହଣ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏଥିରେ ପ୍ରେସ୍‌କ୍ଲବ ସଭାପତି ଶବର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, ସହସମ୍ପାଦକ ନିରଞ୍ଜନ ପରିଡ଼ା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ସଦସ୍ୟ ରାକେଶ ରଞ୍ଜନ ଦାସ, କୃଷ୍ଣ ଚନ୍ଦ୍ର ଦାସ, ରଜନୀ ରେଡି, ବିଜୟ ଲକ୍ଷ୍ମୀ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.