jayashree

ଉନ୍ନତ୍ତ ସ୍ୱାସ୍ଥ୍ୟ ସେବାର ନିରନ୍ତର ବିକାଶ ନିମନ୍ତେ ୫ ଜଣ ପରାମର୍ଶଦାତା ନିୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି ।

କ୍ୟାପିଟାଲ୍ ହସ୍ପିଟାଲର ସୁପରିଚାଳନା ଓ ବିକାଶ ପାଇଁ ସଂଜୟ ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ପୁଷ୍ପାଞ୍ଜଳି ରଣା, କେ. ଶାନ୍ତି ଓ ରଂଜନ ବିଶ୍ୱାଳଙ୍କୁ ଯଥାକ୍ରମେ ବିଏସ୍‌କେୱାଇ, ଏମ୍‌କେସିଜି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ବରହମପୁର ଏବଂ ନିରାମୟ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶାର ଗାଁ ଗହଳିରେ ବଡ ମେଡ଼ିକାଲ୍ ଭାବେ ଜଣାଶୁଣା କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ପାଇଁ ଦୁଇ ଜଣ ପରାମର୍ଶଦାତା ନିଯୁକ୍ତି ହୋଇଛନ୍ତି । ସେମାନେ ହେଲେ ଦିଲ୍ଲୀପ କୁମାର ସାହୁ ଏବଂ ସ୍ୱପ୍ନାରାଣୀ ପାତ୍ର ।

ଏହି ନବ ନିଯୁକ୍ତ ପରାମର୍ଶଦାତାମାନେ ଅବୈତନିକ ଭାବେ ଜନସାଧାରଣଙ୍କ ପାଇଁ ଓ ସରକାରୀ ବ୍ୟବସ୍ଥା ମଧ୍ୟରେ ସେବା ପ୍ରଦାନ ନିମନ୍ତେ ଇଚ୍ଛା ପ୍ରକଟ କରିଛନ୍ତି । ତେବେ ରାଜ୍ୟ ସରକାର ନିର୍ଦ୍ଧାରିତ ନିୟମ ଅନୁଯାୟୀ ସେମାନଙ୍କ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇଦେବେ ବୋଲି ବିଭାଗୀୟ କାର୍ଯ୍ୟାଳୟ ବିଜ୍ଞପ୍ତିରୁ ଜଣାପଡ଼ିଛି ।

Leave A Reply

Your email address will not be published.