ଭାଲୁର ମୃତଦେହ ଉଦ୍ଧାର

ଲାଞ୍ଜିଗଡ, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ସେକ୍ସନ ଇଜରୁପା ଗ୍ରାମ ନିକଟ ଜମିରୁ ଏକ ଭାଲୁର ମୃତଦେହ ଉଦ୍ଧାର କରିଛି ବିଶ୍ୱନାଥପୁର ବନ ବିଭାଗ । ବନ ବିଭାଗର ସୂଚନା ଅନୁସାରେ, ଗତକାଲି ସକାଳେ ବିଶ୍ୱନାଥପୁର ବନ ବିଭାଗ ଅନ୍ତର୍ଗତ ଇଜରୁପା ଗ୍ରାମ ନିକଟ ଏକ ଜମିରେ ଭାଲୁର ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ବିଶ୍ୱନାଥପୁର ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଦେବରାଜ ସୁନାନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ବର୍ତ୍ତମାନ କିଛି ଦିନ ହେଲା ହାତୀ ଉପଦ୍ରବ ଯୋଗୁଁ ସଂଧ୍ୟା ହେଲେ ଲୋକେ ଭୟଭୀତ ହୋଇପଡୁଥିବା ବେଳେ ଭାଲୁର ମୃତ୍ୟୁକୁ ନେଇ ମଧ୍ୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।

Leave A Reply

Your email address will not be published.