ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଧାମରା ବସ୍ତି ଠାରେ ରାଷ୍ଟ୍ରୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରୋଗ୍ରାମିଂ ଅଫିସର ହରିଶଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଶିବିରରେ ବିଦ୍ୟାଳୟର ଛାତ୍ରମାନେ ଧାମରା ବସ୍ତି ମଧ୍ୟରେ ସଫେଇ କାର୍ଯ୍ୟକ୍ରମ, ବୃକ୍ଷ ରୋପଣ ସହ ନିଶା ସେବନଠାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ଗଣତନ୍ତ୍ରର ମୂଲ୍ୟବୋଧ, ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ୭ ଦିନିଆ ସ୍ୱତନ୍ତ୍ର ଶିବିରରେ ବିଭିନ୍ନ ଦିନମାନଙ୍କରେ ଅଧ୍ୟାପକ ଚନ୍ଦ୍ରଧ୍ୱଜ ମାଝୀ, ସାମ୍ବାଦିକ ସତ୍ୟାନନ୍ଦ ବେହେରା, ଡାକ୍ତର ଗୌରବଭୂଷଣ ପଟ୍ଟନାୟକ, ଯୋଗଗୁରୁଟ ଅକୃର ମାର୍ଥା ପ୍ରମୁଖ ଯୋଗଦେଇ ଶିବିରରେ ଯୋଗ ଦେଇଥିବା ସମସ୍ତଙ୍କୁ ଜୀବନର ମୂଲ୍ୟବୋଧ ଓ ସାମାଜିକ ଜୀବନରେ ସଂପୃକ୍ତି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ର ଲକି ମିଶ୍ର, ସୁଶାନ୍ତ ପାତ୍ର, ରାକେଶ ସାହୁ, ଆକାଶ ମାଝୀ ପ୍ରମୁଖ ଶିବିରର ଅଭିଜ୍ଞତା ବଖାଣିଥିବା ବେଳେ ଲକି ମିଶ୍ରଙ୍କୁ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ବିଦ୍ୟାଳୟ ପରିସରରୁ ଏକ ରାଲି ବାହାରି ବସ୍ତି ପରିକ୍ରମା କରି ସଚେତନତା ବାର୍ତ୍ତା ବାଣ୍ଟିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିନୟ କୁମାର ସାହାଣୀ, ବିନୋଦ କୁମାର କାନୁନଗୋ, ରଞ୍ଜିତ ପ୍ରସାଦ ପଲେଇ, ଅଜୟ ସୁନ୍ଦରରାୟ, ସୁଧାଂଶୁ ସାମଲ, ସୂର୍ଯ୍ୟନାରାୟଣ ପଣ୍ଡା, ସୁଷମା ମିଶ୍ର, ପଦ୍ମିନୀ ତ୍ରିପାଠୀ, ବିଜୟ କୁମାର ବରାଳ, ମଞ୍ଜୁ ମହନ୍ତ, ସୁବାସ ଚନ୍ଦ୍ର ସାମଲ, ଚିତ୍ତମୋହନ ମିଶ୍ର, ପ୍ରଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରୋଗ୍ରାମିଂ ଅଫିସର ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।