ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ କାଳୁଆ ବାଡି ରାସ୍ତା ପାର୍ଶ୍ବରେ ଥିବା ଏକ ଧାନ ବିଲରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତଦେହ ଜଣେ ପୁରୁଷର ବୋଲି ଘଟଣା ସ୍ଥଳରେ ପୁରୁଷ ଚପଲ ପଡ଼ିଥିବା ଦେଖି ଅନୁମାନ କରାଯାଇଛି । ହେଲେ ଏହି ବ୍ୟକ୍ତିଙ୍କ ପରିଚୟ ମିଳି ପାରିନଥିବା ବେଳେ ଚପଲକୁ ଅନୁମାନ କରି ନିକଟସ୍ଥ ଏକ ଗ୍ରାମର ବ୍ୟକ୍ତି ବୋଲି ସଂଦେହ କରାଯାଉଛି । ଏଭଳି କିଏ କେଉଁ କାରଣରୁ ହତ୍ୟା କରି ପୋଡିଦେଇଛି, ନା ନିଜେ ସେ ଆତ୍ମହତ୍ୟା କରିଛି ନା ଶୋଇଥିବା ବେଳେ ପାଳ ଗାଦିରେ ନିଆଁ ଲାଗି ପୋଡି ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ରାସ୍ତା କଡରେ ଏଭଳି ଦରପୋଡା ଅବସ୍ଥାରେ ପଡିଥିବାର କିଛି ଲୋକ ଦେଖିବାକୁ ପାଇଥିଲେ । ଘଟଣା ସ୍ଥଳରେ ପୁରୁଷତ୍ତମପୁର ଥାନା ଓ ରମ୍ଭାଥାନାର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଓ ସୋରୂପ କିଷାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ରମ୍ଭାଥାନା ଅଧୀନରେ ଥିବାରୁ ରମ୍ଭା ଥାନା ଆଧିକାରୀ କେସକୁ ନିଜ ଅଧିନକୁ ନେଇଛନ୍ତି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

error: Content is protected !!