jsm

ରନ୍‌ ଫର୍‌ ହକି ଉପଲକ୍ଷେ କଣ୍ଟାବାଞ୍ଜି ଏନ୍‌ଏସି ଦ୍ୱାରା ମିନି ମାରାଥନ

csstore

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌ଏସି ଦ୍ୱାରା ସୋମବାର ଦିନ ସକାଳ ସାଢେ ଛଅଟାରେ ମିନି ମାରାଥନ ରେସ୍‌ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ଏନ୍‌ଏସି କାର୍ଯ୍ୟାଳୟ ଯାଏଁ ମାରାଥାନ ରେସ ହୋଇଥିଲା । ଏହି ମାରାଥନ ରେସ୍‌କୁ ସ୍ଥାନୀୟ ଏନ୍‌ଏସି ନଗରପାଳ ବରିୟାମ ସିଂ ସାଲୁଜାଙ୍କ ଦ୍ୱାରା ନୀଳ ପତକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଦୀର୍ଘ ଏକ କି.ମି. ଯାଏଁ ଉଭୟ ମହିଳା, ଛାତ୍ରଛାତ୍ରୀ, ଯୁବତୀ, ଯୁବକ, ଜନତା ସାମିଲ ହୋଇଥିଲେ । ସ୍ଥାନୀୟ ବିଭିନ୍ନ ସରକାରୀ, ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ମାରାଥନକୁ ସଫଳ କରିଥିଲେ । ଉଭୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ମାରାଥନ ରେସ୍‌ରେ ଛାତ୍ରୀମାନଙ୍କ ମଧ୍ୟରୁ ନିରୁତମା ମାଝୀ (ପ୍ରଥମ-ମହିଳା ଯୁକ୍ତ ମହାବିଦ୍ୟାଳୟ), ଜ୍ୟୋର୍ତିମୟୀ କାଣ୍ଡି (ଦ୍ୱିତୀୟ- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ), ରିତାଞ୍ଜଳି ବେହେରା(ତୃତୀୟ-ମହିଳା ଡିଗ୍ରୀ କଲେଜ) ସେହିପରି ଛାତ୍ର ମାନଙ୍କ ମଧ୍ୟରେ ଜଗମୋହନ ବଏ (ପ୍ରଥମ-କେ.ଭି.ଡିଗ୍ରୀ କଲେଜ), ସୁରଜ କୁମାର ଛତ୍ରିଆ (ଦ୍ୱିତୀୟ), ବେଣୁଧର ସେଠ (ତୃତୀୟ-ଆଦର୍ଶ ବିଦ୍ୟାଳୟ) । ସଫଳ ପ୍ରତିଯୋଗୀମାନଙ୍କୁ କପ୍‌ ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ବରିୟାମ ସିଂ ସାଲୁଜା, ସମ୍ମାନୀତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଂଜନ ଧଳ, ସମ୍ମାନୀତ ଅତିଥି ଭାବେ ରାଜେନ୍ଦ୍ର ପୁରୋହିତ ଅଧ୍ୟକ୍ଷ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ମୁଖ୍ୟବକ୍ତା ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର (କେ.ଭି.ଡିଗ୍ରୀ ମହାବିଦ୍ୟାଳୟ) । ଏହି କାର୍ଯ୍ୟକ୍ରମଟିକୁ ସମସ୍ତ କାଉନସିଲର ସଭ୍ୟା/ସଭ୍ୟ, ପୋଲିସ ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି, ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସୀମା ଭାଲୁମୁଣ୍ଡାଠାରେ ଏନ୍‌ଏସି ଏବଂ କଣ୍ଟାବାଞ୍ଜିର ଜନସାଧାରଣଙ୍କ ଦ୍ୱାରା ବିଶ୍ୱ ହକି କପ୍‌କୁ ସ୍ୱାଗତ କରି ଟିଟିଲାଗଡ ଅଭିମୁଖେ ବିଦାୟ ଦିଆଯାଇଥିଲା ।

yuvodaya
Leave A Reply

Your email address will not be published.