ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ନିମିତ୍ତ ବୃହତ୍ତର ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ମହଲରୁ, ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ନବବର୍ଷର ପ୍ରଥମ ଦିବସର ପୂର୍ବାହ୍ନରୁ ଭିଡ଼ ଜମାଇଥିଲେ । ରବିବାର ପୂର୍ବାହ୍ନରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ରବିବାର ଛୁଟି ରହିଥିବା ହେତୁ ଜିଲ୍ଲାପାଳଙ୍କ ବଙ୍ଗଳାକୁ ଭେଟିବାକୁ ଯାଇଥିଲେ । ତେଣୁ ସେଠାରେ ଆଶାତୀତ ଶୁଭେଚ୍ଛୁକଙ୍କ ଭିଡ଼ ଜମିଥିଲା । ଜିଲ୍ଲାପାଳଙ୍କ ସହ ଅଗଣିତ ଶୁଭେଚ୍ଛୁକମାନେ ସେଲ୍ଫି ଫୋଟୋ ଉଠାଇ ଖୁସି ମନାଇ ଆନନ୍ଦ ଅନୁଭବ କରିଥିବା ଦେଖାଯାଇଛି । ପ୍ରକାଶଥାଉ କି, ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନ ଅବା ବଙ୍ଗଳା ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅମଳରୁ ସ୍ଥାପିତ ଏବଂ ଏହି ଜିଲ୍ଲାହେଡ କ୍ଵାଟର କହିଲେ, ଭାରତବର୍ଷର ପ୍ରଥମ ଜିଲ୍ଲା ହେଡକ୍ୱାଟର ବୋଲି ସରକାରୀ ଗେଜେଟେଡ଼ରେ ଉଲ୍ଲେଖଯୋଗ୍ୟ ପ୍ରମାଣ ରହିଛି । ତେବେ ଏହି ଛୁଟି ଦିନରେ ଛତ୍ରପୁର ଜିଲ୍ଲାପାଳଙ୍କ ବଙ୍ଗଳାକୁ ନୂଆ ବର୍ଷର ଶୁଭେଚ୍ଛା ଭେଟି ଏକ ନିଆରା ରଚନାତ୍ମକ ସ୍ମରଣୀୟ ଇତିହାସର ଗାଥା ଉନ୍ମେଷ ସୃଷ୍ଟି କରିଛି । ଯାହା ଏହି ସ୍ଥାନ ଏଠାକୁ ରାଜଭବନ ଭଳି ସ୍ଥାନୀୟବାସୀ ତଥା ଜିଲ୍ଲାବାସୀ ଅନୁଭବ ମନେ କରନ୍ତି ।