କଳାହାଣ୍ଡି, (ପି.କେ. ସାହୁ) : ଏଫ୍ଆଇଏଚ୍ ପୁରୁଷ ବିଶ୍ଵକପ ହକି ଟ୍ରଫିକୁ ଆଜି କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି । ଦିବା ୧୨.୦୦ ଘ ସମୟରେ ଆଜି ଜିଲ୍ଲା ସିମାବର୍ ଆମ୍ପାଣିଠାରେ ବିଶ୍ଵକପ ଟ୍ରଫିକୁ ସାଂସ୍କୃତିକ ଦଳ, ଘୁମୁରା ବାଦ୍ୟରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଧର୍ମଗଡ ଉପଜିଲ୍ଲାପାଳ ବେଦ୍ ଭୂଷଣ, ବିଡିଓ କୋକସରା ଉତ୍ତମ ବାଗ, ସରପଞ୍ଚ, ସମିତି ସଭ୍ୟ, ଜଣ ସାଧାରଣ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ରଥକୁ ମୋଟେର ଠାରେ ସ୍ୱାଗତ ଜଣାଇବା ନିମନ୍ତେ ଜନ ସାଧାରଣ ଉପସ୍ଥିତ ଥିଲେ । ଜୁନାଗଡ଼ଠାରେ ବିଧାୟକ ମୌଶଧି ବାଗ, ଉପଜିଲ୍ଲାପାଳ ବେଦ ଭୂଷଣ, ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ପଞ୍ଚାୟତ ପ୍ରତିନିଧି, ଜଣସାଧାରଣ ସ୍ୱାଗତ କରିଥିଲେ । କୁଟ୍ରୁଖମାର ଠାରେ ସ୍ୱାଗତ ପରେ ରଥ ଭବାନୀପାଟନା ଟାଉନ ହଲଠାରେ ପହଞ୍ଚିଥିଲା । ଟ୍ରଫିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସ୍ ପି ଅଭିଳାଷ ଜୀ, ସିଡ଼ିଓ ଜିଲ୍ଲା ପରିଷଦ ସଚିନ ପାୱାର, ପୌର ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା, ଉପଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ ଏବଂ ଉପସ୍ଥିତ ଜିଲ୍ଲା ଅଧିକାରୀ, ଏସ୍ଏଚ୍ଜି ସଭ୍ୟା, ପୌରପରିଷଦ ୱାର୍ଡ ସଭ୍ୟ ସଭ୍ୟା, ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ, ଜିଲ୍ଲା ବେଡମିନ୍ଟନ୍ ସଂଘ ସଭ୍ୟ, କଳାକାର ସଂଘ କର୍ମକର୍ତ୍ତା, ଜିଲ୍ଲା କ୍ରୀଡ଼ା ସଂଘ ସଭ୍ୟ, ପୂର୍ବତନ ଜନ ପ୍ରତିନିଧି ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଗ୍ରହଣରେ ପ୍ରାୟ ୫୦୦ ଜଣଙ୍କ ସମାବେଶରେ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ବାହାରି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ପହଞ୍ଚିଥିଲେ । ଟ୍ରଫିକୁ ସ୍ଵାଗତ କରିବା ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ଏସ୍ପି ନିଜ ବକ୍ତବ୍ୟରେ ଓଡ଼ିଶା ଦୁଇ ଥର ହକି ବିଶ୍ଵକପ ଆୟୋଜନକୁ ଆମେ ଗର୍ବ କରିବା ସହ ଏହାର ସଫଳ ହେବାକୁ ଆମ ସମସ୍ତଙ୍କର ପ୍ରଚାର ପ୍ରସାର ଓ ଅନ୍ତର୍ଭୁକ୍ତକୁ ଗୁରୁତ୍ଵ ଦେଲେ । ଏହି ଅବସରରେ ସକାଳେ ଅନୁଷ୍ଠିତ ଉଭୟ ବାଳକ ଓ ବାଳିକା ବିଭାଗରେ ଉତିନ୍ନ ୫ ଜଣ ପ୍ରତିଯୋଗୀଙ୍କୁ ଟ ୫୦୦୦, ଟ ୪୦୦୦, ଟ ୩୦୦୦, ଟ ୨୦୦୦, ଟ ୧୦୦୦ ଅର୍ଥରାଶି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ମହିଳା ହକି ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା, କାତ୍ତପା ନୃତ୍ୟ ଦଳ ପରେ ଟ୍ରଫି ରଥ ନୂଆପଡ଼ା ଅଭିମୁଖେ ଯାତ୍ରା କରିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେଶ ପାଢ଼ୀ କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ପ୍ରସନ୍ନ ମେହେର, ଡିଆଇପିଆର୍ଓ ମନୋଜ ବେହେରା, ଓଏଲ୍ଏମ୍ଡିପିଏମ୍ ପ୍ରସନ୍ନ ମିଶ୍ର, ବିମ୍ୱା ସାହୁ, ଆଇପିଇ ମହେନ୍ଦ୍ର ପଣ୍ଡା, ଯୋଗେନ୍ଦ୍ର କ୍ଷେତ୍ର, ନବୀନ ନାୟକ, ସଞ୍ଜୟ ମିଶ୍ର, ସୁବାସ ନାଗ ପ୍ରମୁଖ ସହଯୋଗ କରିଥିଲେ ।
Prev Post