oom

୨ୟ କୃପା ଷାଣ୍ଢ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ପଲ୍ଲିଶ୍ରୀ ହାଇସ୍କୁଲ ପଡିଆରେ ରାମଚନ୍ଦ୍ରପୁରର ଶ୍ରୀ ସତ୍ୟସାଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦ୍ଵିତୀୟ କୃପା ଷାଣ୍ଢ ମେମୋରିଆଲ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛିି । ଏହି ପ୍ରତିଯୋଗିତାରେ ୨୪ଟି ଦଳ ଅଂଶଗ୍ରହଣ କରିଥିଲେ । ବାଲିପଟା ଓ ବବଜା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ବବଜା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୮ ଓଭରରେ ୮୧ରନ ସଂଗ୍ରହ କରିଥିବା ବେଳେ ବାଲିପଟା ଦଳ ୭ ଓଭରରେ ଲକ୍ଷ୍ୟ ପୂରଣ କରି ଚମ୍ପିୟାନ ହୋଇଥିଲେ । ବାଲିପଟା ଦଳର ଆକାଶ ଚନ୍ଦନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ଫାଇନାଲ ଖେଳର ମୁଖ୍ୟ ଅତିଥି ଭାବରେ ବିରେନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ୱର୍ଗତ କୃପା ଷାଣ୍ଢଙ୍କ ପିତା ଭୀମ ଷାଣ୍ଢ, ଦେଓଗାଁ ବ୍ଲକ ପୂର୍ବତନ ବିଇଓ ସଂକୀର୍ତନ ବାଗ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଫାଇନାଲ ଖେଳରେ ଚନ୍ଦ୍ରଶେଖର ବାଗ ଓ ଲାଲୁପ୍ରସାଦ ଷାଣ୍ଢ ମ୍ୟାଚ୍ ପରିଚାଳନା କରିଥିଲେ । ଚନ୍ଦ୍ରଶେଖର ବାଗ, ପଦ୍ମଲୋଚନ ନନ୍ଦ, ସୁରେନ୍ଦ୍ର ଷାଣ୍ଢ, ନୃପା ଷାଣ୍ଢ, ରାଜେନ୍ଦ୍ର ଷାଣ୍ଢ, ଗୋପାଲ ଭୁଏ, ବିକାଶ ବକୁଲ, ଶିବା ବାଗ, ନନ୍ଦରାଜ ନନ୍ଦ, ପଦ୍ମଲୋଚନ ଜାଲ, ସଂଜୀବ ବାଗ, ରଞ୍ଜନ ବାଗ, ସୁଦର୍ଶନ ଜାଲ, ନୃପା ବାଗ, ବିନୋଦ ବାଗ, ମୁନୁ ମହାକୁର, ସୁରେନ୍ଦ୍ର ଚନ୍ଦନ, ବିନୋଦ ବାଗ, ତ୍ରିଲୋଚନ ପାତ୍ର, ପଦ୍ମଲୋଚନ ଜାଲ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.