ନିଆଁରା ଢଙ୍ଗରେ ଜନ୍ମଦିନ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶଙ୍କ ୩୮ତମ ଜନ୍ମଦିନ ପାଳନ ସ୍ଥାନୀୟ ସରଣ୍ଡା ଶିବ ମନ୍ଦିର ଓ କୁଷ୍ଠାଶ୍ରମରେ ପାଳନ ହୋଇଯାଇଛି । ପ୍ରଥମେ ଅତାବିରା କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କୁ ଭାତ, ଡାଲି ଓ ଖଟା ସହ ମିଷ୍ଟାନ୍ନ ଓ ବିସ୍କୁଟ ସହ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ପରେ ସରଣ୍ଡା ଶିବ ମନ୍ଦିରରେ ବରଗଡ଼ର ଜଣାଶୁଣା ପ୍ରବାଚିକା ମଞ୍ଜୁ ଦେବୀ ଆସୀ ପ୍ରବଚନ କରିଥିଲେ ଜନ୍ମ ଓ ମୃତ୍ୟୁ ଉପରେ ଏକ ପ୍ରବଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆନ୍ତର୍ଜାତୀୟ ଖେଳାଲୀ ସନ୍ତୋଷ କୁମାର ପ୍ରଧାନ, ସମ୍ବଲପୁରର ରୁକୁଣୀ ଲାଠ ବାଲ୍ ନିକେତନର ସମ୍ପାଦକ ରାଧେକୃଷ୍ଣ ପଣ୍ଡା ଓ ବକ୍ତା ଭାବେ ମଞ୍ଜୁଲତା ଶତପଥୀ ଯୋଗଦାନ କରି ଜନ୍ମ ଦିନରେ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହିତ ସନ୍ତୋଷ କୁମାର ଦାଶ ଓ ମଞ୍ଜୁ ଦେବୀଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା । ଆସିଥିବା ସମସ୍ତଙ୍କୁ ୩୮ତମ ଜନ୍ମ ଦିନରେ ସମସ୍ତଙ୍କୁ ଏକ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ, ସମ୍ବଲପୁର, ବଲାଙ୍ଗିର ସୋନପୁର, ଅତାବିରାରୁ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଦସ୍ୟ ଓ ବନ୍ଧୁମାନେ ଆସି କାର୍ଯ୍ୟକ୍ରମରେ ଆଶୀର୍ବାଦ ପ୍ରଦାନ କରିଥିଲେ, ପ୍ରଦୀପ କୁମାର ମହାପାତ୍ର ଓ ଶ୍ୟାମ ମେହେର, ସାଧୁ ମହାପାତ୍ର ବିଶେଷ ଭାବରେ ସହଯୋଗ କରିଥିଲେ । ଏହା ସହିତ ଅଏକ ସ୍ଥାନରେ ଆଜି ଅସହାୟ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଶେଷରେ ମନ୍ଦିରରେ ସମସ୍ତଙ୍କ ପାଇଁ ପ୍ରସାଦ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!