om academy

ଧନୁଯାତ୍ରା ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜର୍ଜ ହାଇସ୍କୁଲ ମୀନା ବଜାର ପଡିଆରେ ଗତକାଲି ବୁଧବାର ଦିନ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଗରିବ, ସାଧାରଣ ଜନତା ଏହାର ଲାଭ ଉଠାଇବାକୁ ଶିବିର ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଶିବିରକୁ ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀମତୀ ଶ୍ରୋତଶ୍ୱିନୀ କର ଉଦ୍‌ଘାଟନ କରିଥିଲେ । କୋଭିଡ ମାର୍ଗଦର୍ଶିତା ଅନୁସାରେ ଖୋଲାଯାଇଥିବା ଏହି ଶିବିରରେ ରେଜିଷ୍ଟ୍ରାର କମଳା କାନ୍ତ ରାଓତ, ବରିଷ୍ଠ ଦେୱାନୀ ବିଚାରପତି ଋତୁପର୍ଣ୍ଣା ମିଶ୍ର, ସୁମିତା ଆଚାର୍ଯ୍ୟ, ବରଗଡ଼ ଓକିଲ ସଂଘ ଉପସଭାପତି ଓ ଅନ୍ୟାନ୍ୟ ବରିଷ୍ଠ ଆଇନଜୀବୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପେନାଲ ଆଇନଜୀବୀ, ସ୍ୱେଚ୍ଛାସେବୀ କର୍ମକର୍ତ୍ତା ଯୋଗଦେଇ ଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଭୁ କଲ୍ୟାଣ ପାଢୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

eleven + 20 =