pakka

୪୫ ଶହ କେଜି ପୋଚ ନଷ୍ଟ, ୫୭୫ ଲିଟର ମଦ ଜବତ

bbehera

କେନ୍ଦୁଝର : କେନ୍ଦୁଝର ପାଟଣା ଅବକାରୀ ବିଭାଗ ରାଧାପୁର ସମେତ ଖଣ୍ତେଇପଡା, ଭୋଳବେଡାର ବିଭିନ୍ନ ସ୍ଥାନରେ ଚଢାଉ କରି ୫୭୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୪୫ଶହ କେଜି ପୋଚ ନଷ୍ଟ କରିଥିବା ବେଳେ ଏଥିସହ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ପ୍ଲାଷ୍ଟିକ ଡ୍ରମ ଓ ଏକ ପିକଅପ୍ ମଧ୍ୟ ଅବକାରୀ ବିଭାଗ ଜବତ କରିଥିବା ଜଣାପଡିଛି । ତେବେ ଏହି ଚଢାଉରେ ସଂପୃକ୍ତ ଅଭିଯୁକ୍ତ ଜଣଙ୍କ ଧରାପଡି ନାହାନ୍ତି । ପୋଚ ଏବଂ ମଦର ଅନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ୧୨ହଜାର ୫୦ଟଙ୍କା ହେବ ବୋଲି ଅବକାରୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦେଶ କ୍ରମେ ଇନ୍ସପେକ୍ଟର ବେଣୁଧର ସାମଲଙ୍କ ନେତୃତ୍ୱରେ ଓଆଇସି ଶରତ ଚନ୍ଦ୍ର ବାରିକ୍, ସ୍ୱାଭିମାନ ବଡଜେନା, ଗିରିଜାନନ୍ଦନ ଜେନା, ମାନସ ରଞ୍ଜନ ସାମନ୍ତ, ପ୍ରିୟମ୍ବିତା ଓଝା କନେଷ୍ଟବଳ ଅଖିଳ ଚନ୍ଦ୍ର ସର୍ଦ୍ଧାର, ତପନ କୁମାର ସାହୁ, ଆଲୋକ କୁମାର ସାହୁ, ସମିର ମିଶ୍ର ପ୍ରମୁଖ ଚଢାଉରେ ସାମଲି ହୋଇଥିଲେ ।

jay balangir
Leave A Reply

Your email address will not be published.

5 × 4 =

error: Content is protected !!