pakka

କବିତା : ଏ ଯୋଉ ଲିମ୍ୱ ଗଛ

kalikesh
  • ଗଜାନନ ମିଶ୍ର

ଏ ଯୋଉ ଲିମ୍ୱ ଗଛ
ସେଇଠି ଦେଖୁଛ,
କେବେଠୁ ଅଛି କୁହ ତ!

ଥିଲାଦିନୁ ସେଇଠି
ଝଡିଛି କେତେପତ୍ର ସେଥିରୁ?
କୁହ ତ, କଁଅଳିଛି
ପୁଣି କେତେ ପତ୍ର?

ଅଧାପନ୍ତରିଆ ଅଛି କି
କେବେ ଏ ଗଛ?
ନା ହୋଇଛି ୟାର
ପୂର୍ଣାଙ୍ଗ ପ୍ରାପ୍ତି ଏମିତି!

ଗଛକୁ ନେଇ
ସମୁଦ୍ର କଣ କାନ୍ଦିଛି କେବେ?
ନା ପାହାଡ ହସି ହସି
ହୋଇଛି ବେଦମ୍ ବର୍ଷା ଟୋପାରେ!

କୁହ ତ, କେତେ କିଏ
ଚଢିଛନ୍ତି ଏ ଗଛକୁ?
ଆଉ ଗଛର କ୍ରିୟା ପ୍ରତିକ୍ରିୟା
କରିଛ କେବେ ଅନୁମାନ?

ଗଛକୁ ଗଛ ଜାଗାରେ ଛାଡି
ତୁମେ ଇ ହେଉଛ
ହେଇ ଦେଖ, ଉଭାନ୍।

  • ତପୋବନ, ଟିଟିଲାଗଡ
pp
Leave A Reply

Your email address will not be published.

ten − five =