pakka

ଯୁବକଙ୍କ ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ : ଗୁରୁତର ଅବସ୍ଥାରେ ଉଦ୍ଧାର

bbehera

ନୀଳଗିରି : ଯୁବକଙ୍କ ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ । ଗୁରୁତର ଅବସ୍ଥାରେ ଉଦ୍ଧାର । ଉଦ୍ଧାର ପାଇଥିବା ଯୁବକ ଜଣକ ହେଲେ ଭଗବାନ ସା । ଏଭଳି ଏକ ଅଭାବନୀୟ ଘଟଣା ସନ୍ତରାଗଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ନୀଳଗିରି ବଉଳଗଡ଼ିଆ ରାସ୍ତା ନୂଆପାଟଣା ଛକରେ ସେହି ଅଞ୍ଚଳର ଭଗବାନ ସା ଓ ଟ୍ରାକ୍ଟର ଡ୍ରାଇଭର ଶରତ ବିନ୍ଧାଣି ଛିଡ଼ାହୋଇ ସୋମବାର ରାତିରେ କଥା ହେଉଥିଲେ । ହଠାତ ଏକ ୧୬ ଚକା ବିଶିଷ୍ଟ ଧାନ ବୋଝେଇ ଟ୍ରକ ମାଡି ଆସି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଭଗବାନ ଟ୍ରକ ତଳେ ରହି ଯାଇଥିଲେ । ଧାନ ବୋଝେଇ ଟ୍ରକକୁ କ୍ରେନ ଓ ଜେସିବି ସାହାଯ୍ୟରେ ଉଠାଇ ଭଗବାନଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି । ଈଶ୍ୱରପୁର ଫାଣ୍ଡି ଅଧିକାରୀ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

one × 5 =