pakka

ଚାଷ ଜମିରୁ ଗଞ୍ଜେଇ ଗଛ ଜବତ, ୧ ଗିରଫ

bbehera

ରାଇଘର : ରାଇଘର ବ୍ଲକ କୁନ୍ଦେଇଥାନା କାଉଡଳା ପଂଚାୟତର ରାବଣାଗୁଡା ଗାଁରେ ବେଆଇନ ଗଞ୍ଜେଇ ଚାଷ ଉପରେ ଅବକାରୀ ଓ ପୁଲିସ ପକ୍ଷରୁ ଚଢାଉ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚାଷ ଜମିରୁ ୩୦୦ ଗଞ୍ଜେଇ ଗଛ ଜବତ କରାଯାଇଛି । ଅଭିଯୁକ୍ତ ମହିଳା ସୁକମତି ଗଣ୍ଡଙ୍କୁ ଗିରଫ କରାଯାଇଛି । ମହିଳା ଜଣକ ଅଧଏକର ପନିପରିବା ଓ ମକା ଫସଲ ଭିତରେ ଛୋଟ କିଆରିରେ ଗଞ୍ଜେଇ ଚାଷ କରିଥିଲେ । ଦେଢ ଫୁଟ୍‌ରୁ ଦୁଇ ଫୁଟ୍‌ର ଗଞ୍ଜେଇ ଗଛ ହୋଇଥିଲା । ପୂର୍ବରୁ ଚଢାଉର ସୂଚନା ପାଇଁ ଗଞ୍ଜେଇ ଗଛ ଗୁଡିକକୁ ଉପାଡି ଗଦା କରିଥିବା ବେଳେ ପୁଲିସ ଓ ଅବକାରୀ କର୍ମଚାରୀ ପହଞ୍ଚିଲେ । ଚାଷ ଜମିରୁ ୩୦୦ ଗଞ୍ଜେଇ ଗଛକୁ ଜବତ କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛନ୍ତି । ଏହି ଚଢାଉରେ ଅବକାରୀ ନିରୀକ୍ଷକ ସୁଧିର କୁମାର ସାହୁ, ହରିହର ସିଂ, କୁନ୍ଦେଇ ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ, ରାଜସ୍ୱ ନିରୀକ୍ଷକ ବିନୋଦ ଅଧିକାରୀଙ୍କ ସମେତ ପୁଲିସ ଓ ଅବକାରୀ ବିଭାଗର ଅନ୍ୟନ୍ୟ କର୍ମଚାରୀ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

5 × 3 =