centurian jitm

ଅବସର ନେବାର ୩ବର୍ଷ ବିତିଲା, ଶିକ୍ଷକଙ୍କୁ ମିଳିଲାନି ତାଙ୍କ ପେନ୍‌ସନ୍‌

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର । ଗୁରୁ ସମାଜର ସର୍ବାଗ୍ରେ ପୂଜ୍ୟ । ତୃଣମୂଳ ସ୍ତରରେ ପ୍ରାଥମିକ ଶିକ୍ଷକଙ୍କ ଭୂମିକା ଅବର୍ଣ୍ଣନୀୟ ଅଟେ । ସେ କୋମଳମତି ଶିଶୁମାନଙ୍କୁ ଜ୍ଞାନାଲୋକ ପ୍ରଦାନ କରି ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ମଣିଷ ତିଆରି କରେ । ଦୀର୍ଘ ଦୀର୍ଘ ବର୍ଷ ଧରି ଶିକ୍ଷା ପ୍ରଦାନ କରି ଶେଷରେ ଅବସର ନିଏ । ମାତ୍ର ଶେଷରେ ସେମାନଙ୍କର ଦାନ ସମାଜରେ ସେମାନଙ୍କ ଦାନ ମୂଲ୍ୟହୀନ ହୋଇଯାଏ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକରେ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଖଲାବାହାଲ ପ୍ରାଥମିକ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ସାଗର ଆଜକୁ ପ୍ରାୟ ୩ବର୍ଷ ହେବ ଖଲାବାହାଲ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇ ଅଛନ୍ତି । ଯଦ୍ୟପି ଅବସର ଶିକ୍ଷକ ମାନଙ୍କ ୬ ମାସରେ ତାଙ୍କର ଅବସରକାଳୀନ କାଗଜପତ୍ର ପ୍ରସ୍ତୁତ କରି ଶୀଘ୍ର ଫାଇଲ ପେନ୍‌ସନ୍‌, ଗ୍ରାଚୁଇଟି ଓ ଜିପିଏଫ୍‌ ଆଦି ପ୍ରସ୍ତୁତ କରି ପେନ୍‌ସନ୍‌ ଲାଗୁ କରିବାର ପ୍ରାବଧାନ ଅଛି । ଅଥଚ ଶିକ୍ଷକ ପ୍ରଦୀପ ସାଗର ବିଇଓ ପାଖକୁ ଦୌଡି ଦୌଡି ଶେଷରେ ନୟାନ୍ତ ହୋଇ ପଡିଲେଣି ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗାଇସିଲାଟ ବିଇଓଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଆମ୍ଭେ ଦୁଇଥର ବରଗଡ ଡିପିସି ଅଫିସକୁ ପ୍ରସ୍ତୁତ ହୋଇଥିବା କାଗଜାତ ପଠାଇଛୁ । ହେଲେ ଏଯାଏଁ ଡିପିସି ଅଫିସରୁ ଏନ୍‌ଓସି ଆସି ନାହିଁ । ପୁଣି ଏ ସମ୍ପର୍କରେ ବରଗଡ ଡିପିସିଙ୍କୁ ପଚାରିଛି । ସମସ୍ତ କାଗଜାତ ଠିକ୍‌ଠାକ୍‌ ଥିବା ସତ୍ତ୍ଵେ କୌଣସି ପ୍ରକାର ବାଧା ନଥାଇ କାହିଁକି ଜଣେ ନିରୀହ ଶିକ୍ଷକଙ୍କୁ ହଇରାଣ କରି ପେନ୍‌ସନ୍‌ ଗ୍ରାଚୁଇଟି ଆଦି ପଡି ରହିଛି ଏ ସମ୍ପର୍କରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ବିଭାଗୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ଅବସରକାଳୀନ ପେନ୍‌ସନ୍‌ ଓ ଗ୍ରାଚୁଇଟି ମଞ୍ଜୁର କରିବା ନିମେନ୍ତ ଦାବୀ ହେଉଛି ।

Leave A Reply

Your email address will not be published.