csstore

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ମାତାଜୀଙ୍କ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନ ୧୧ଟା ସମୟରେ ଗୋପାଳଜୀ ମନ୍ଦିର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାରର ଏକ ବୈଠକ ମାତାଜୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୬ରେ ପଡୁଥିବା ମାତାଜୀଙ୍କ ଶତବାର୍ଷିକୁୀ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଜ୍ଞ, ସଂସ୍କାର, ଆସ ଗଢିବା ସଂସ୍କାରବାନ ପିଢି, ମନ୍ତ୍ର ଲିଖନ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ମାସରେ ସିନାପାଲି ଠାରେ ହେବାକୁ ଥିବା ୨୫୧ କୁଣ୍ଠିୟ ମହାଯଜ୍ଞ ଓ ସଂସ୍କାର ପାଇଁ ସମୟଦାନ ଏବଂ ଅଂଶଦାନ ବିଷୟରେ ନିଷ୍ପତ୍ତି ନିଆଯାଇଥିଲା । ଜାନୁୟାରୀ ୧୪ ତାରିଖରେରେ ଶକ୍ତିପୀଠ ଠାରେ ବାର୍ଷିକ ଉତ୍ସବ ଓ ଜାନୁୟାରୀ ୧୨ ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ କରିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ଶେଷଦେବ ପଣ୍ଡା, ଶାନ୍ତନୁ କୁମାର ପାତ୍ର, ଛବିଳ ବଗର୍ତ୍ତୀ, ଟଙ୍କଧର କୁମ୍ଭାର, ମୀନକେତନ ମେହେର, ଗୋପବନ୍ଧୁ ପ୍ରଧାନ, ଭକ୍ତ ପ୍ରଧାନ, ଦୈତାରୀ ସେଠ, ମୁଖ୍ୟଦା ଶର୍ମା, ନଳିନୀ ତ୍ରିପାଠୀ, ରୀନା ପାତ୍ର, ସବିତା ପଣ୍ଡା, ବୀଣାପାଣି ଆଚାର୍ଯ୍ୟ, ତ୍ରିପୁରା ସିଂହ, ଗୁରୁବାରି ପୁଞ୍ଜି, ନର୍ମଦା ପାତ୍ର, କୁମାର ମାଝି, ସତ୍ୟନାରାୟଣ ସାହୁ, କପିଳାସ ଦାନୀ ଓ ଅନ୍ୟ ଭାଇ ଭଉଣୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.