jsm

କଣ୍ଟାବାଞ୍ଜି ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା : ଜେଲକୁ ଅନୁସଂଧାନ ପାଇଁ ଆସିଲେ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଓ ଜିଲ୍ଲା ଜଜ୍‌

csstore

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସବ୍‌ଜେଲରେ ବିଚାରାଧିନ ଭାବେ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ୧୦ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍‌, ବଲାଙ୍ଗିର ଜିଲ୍ଲା ଜଜ୍‌ ଏବଂ ସ୍ଥାନୀୟ ପୋଲିସ ଏସ୍‌ଡିପିଓ ବୁଧବାର ଦିନ କଣ୍ଟାବାଞ୍ଜି ଜେଲରେ ଅଧିକ ଅନୁସଂଧାନ କରିଛନ୍ତି । କ୍ରାଇମ ବ୍ରାଂଚ ଟିମ୍‌ ଓ ଜିଲ୍ଲା ଜଜ୍‌ଙ୍କ ହୋଇଥିବା ଅନୁସଂଧାନର ଅଧିକ ତଥ୍ୟ ଗଣମାଧ୍ୟମକୁ ମିଳିପାରି ନାହିଁ । ପ୍ରକାଶ ଥାଉକି ମଂଗଳବାର ପୂର୍ବାହ୍ନରେ ଜେଲ ପରିସରରେ ହିଁ ଆତ୍ମହତ୍ୟା କରିଥିଲେ । ମଂଗଲବାର ସଂଧ୍ୟାରେ ଗୋବିନ୍ଦ ସାହୁଙ୍କ ୪ଟି ଭିଣୋଇ, କାକା, ମାମୁଁ ଏବଂ ଶଳାଙ୍କ ଉପସ୍ଥିତିରେ ଏକ୍‌ଜୁକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର ସମିର ରଂଜନ ବେହେରାଙ୍କ ତତ୍ୱାବଧାନରେ ପଂଚନାମା କରାଯାଇଥିଲା । ସ୍ଥାନୀୟ ହସପିଟାଲରେ ପଂଚନାମା ସମୟରେ କୌଣସି ଅପ୍ରିତିକର ଘଟଣା ଯେପରି ନ ଘଟେ ସେଥିପାଇଁ ଜିଲ୍ଲା ପୋଲିସର ନିର୍ଦ୍ଧେଶକ୍ରମେ ହସପିଟାଲରେ ପୋଲିସ ଛାଉଣି କରାଯାଇଥିଲା । ଏହି ପୋଲିସ ଛାଉଣିରେ କଣ୍ଟାବାଞ୍ଜି ଓ ଟିଟିଲାଗଡର ଏସ୍‌ଡିପିଓଙ୍କ ସହ କଣ୍ଟାବାଞ୍ଜି, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ବେଲପଡା ଥାନାର ସମସ୍ତ ଆଇ.ଆଇ.ସି. ତଥା ପୋଲିସ କର୍ମଚାରୀଙ୍କ କଡା ସୁରକ୍ଷା ମଧ୍ୟରେ ପଂଚନାମା ପରେ ମୃତ ଶରୀରକୁ ବଲାଙ୍ଗିରକୁ ବ୍ୟବଛେଦ ପାଇଁ ପଠାଯାଇଥିଲା ।

yuvodaya
Leave A Reply

Your email address will not be published.