ସରଗମ୍‌ କୌଶଲ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

ନୂଆଦିଲ୍ଲୀ : ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ କ୍ରାଉନ ଜିତିଛନ୍ତି ସରଗମ୍ ଏବଂ ଦେଶ ପାଇଁ ଆଣିଛନ୍ତି ଗୌରବ । ସରଗମ୍‌ କୌଶଲ ଜମ୍ମୁର ଜଣେ ଶିକ୍ଷୟିତ୍ରୀ ତଥା ମଡେଲ୍ । ତାଙ୍କ ସ୍ୱାମୀ ଜଣେ ଭାରତୀୟ ନୌସେନାର କର୍ମଚାରୀ । ୨୦୧୮ରେ ସରଗମ୍‌ ବିବାହ କରିଥିଲେ । ପରେ ସେ ତାଙ୍କ ଫ୍ୟାସନକୁ ଫଲୋ କରିବାକୁ ଯାଇ ୨୦୨୨ ବ୍ୟୁଟି ପିଜାଣ୍ଟ ପାଇଁ ପ୍ରସ୍ତୁତ ହେବା ସହ ଅଂଶଗ୍ରହଣ କରିଥିଲେ । ୨୦୨୧ର କ୍ରାଉନ ବିଜେତା ୟୁଏସର ସେଲିନ୍ ଫର୍ଡ ମୁମ୍ବାଇ ବେସଡ଼ ସରଗମ କୌଶଲଙ୍କୁ କ୍ରାଉନ ପିନ୍ଧାଇଛନ୍ତି । ସରଗମ୍‌ ନିଜ ଦେଶକୁ ବହୁତ ଭଲ ପାଉଥିବା କହିଛନ୍ତି । ୨୦୦୧ରେ ଭାରତର ଅଦିତି ଗୋଭିତ୍ରିକର ଜିତିଥିଲେ ମିସେସ୍ ୱାର୍ଲଡ଼ କ୍ରାଉନ । ୨୦୦୧ ପରେ ଏବେ ୨୦୨୨ରେ ଦେଶକୁ ପୁଣି ଥରେ ମିଳିଛି କ୍ରାଉନ୍ । ୧୯୮୪ରୁ ଆରମ୍ଭ ହୋଇଥିଲା ବିବାହିତ ମହିଳାଙ୍କ ପାଇଁ ବ୍ୟୁଟି ପିଜାଣ୍ଟ ସୋ’ । ପ୍ରଥମେ ଏହି ସୋ’ର ନାଁ ମିସେସ୍ ୱିମେନ୍ ଅଫ ଦ ୱାଲ୍ଡ଼ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୮ରେ ମିସେସ୍ ୱାର୍ଲଡ଼ ନାମରେ ନାମିତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!