‘ବଡମଣିଷଙ୍କ ବଡପଣ’ ଲୋକାର୍ପିତ

ବରଗଡ଼, (ନିରୋଜ କୁମାର ପାଣୀ) : ବଡମଣିଷଙ୍କ ଜୀବନୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବତୀଘର ସଦୃଶ । ତେଣୁ ଛାତ୍ରଛାତ୍ରୀମାନେ ନିଜକୁ ଗଢ଼ିବା ପାଇଁ ମହାପୁରୁଷମାନଙ୍କ ଜୀବନୀ ପାଠ କରିବା ଉଚିତ ବୋଲି ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ ମହାପୁରୁଷମାନଙ୍କ ଜୀବନୀ ଆଧାରିତ ପୁସ୍ତକ ‘ବଡମଣିଷଙ୍କ ବଡପଣ’ର ଲୋକାର୍ପଣ ଉତ୍ସବରେ ମତପ୍ରକାଶ ପାଇଛି । ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶାଖା ‘ଭାରତୀ ଶିଶୁ ସାହିତ୍ୟ ସଂସଦ’ର ସଭାନେତ୍ରୀ ଛାତ୍ରୀ ଅଶ୍ଳେଷା ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ଛାତ୍ର କ୍ୟାବିନେଟର ପରିବେଶ ମନ୍ତ୍ରୀ କ୍ରିଷ୍ଣା ବନଛୋର, ସପ୍ସସ୍କୃତି ମନ୍ତ୍ରୀ ଶାରଳା କୁମ୍ଭାର ଓ ଖାଦ୍ୟ ମନ୍ତ୍ରୀ ଦେବାନନ୍ଦ ସର୍ଭାଙ୍ଗ ଯୋଗଦାନ କରି ଉକ୍ତ ପୁସ୍ତକଟିକୁ ଲୋକାର୍ପଣ ପୂର୍ବକ ଛାତ୍ର ଜୀବନରେ ମହାପୁରୁଷଙ୍କ ଜୀବନୀ ପଠନର ଉପାଦେୟତା ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ଡକ୍ଟର ଡୋଳାମଣି ଶତପଥୀ, ସମାଜସେବୀ ଦିବାକର ମାଝି, ପଣ୍ଡିତ ଗୋପବନ୍ଧୁ ପୁରୋହିତ ପ୍ରମୁଖ ମହାପୁରୁଷଙ୍କ ଜୀବନୀ ବତୀଘର ସଦୃଶ ପଥ ପ୍ରଦର୍ଶନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ପୁସ୍ତକର ଲେଖକ ଡକ୍ଟର ରବିନାରାୟଣ ସାହୁ ପୁସ୍ତକ ସମ୍ପର୍କରେ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଶିଶୁ ସାହିତ୍ୟ ସଂସଦର ସମସ୍ତ ସଦସ୍ୟ ସଦସ୍ୟା ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ପୁସ୍ତକଟିକୁ ପ୍ରକାଶ କରିଛନ୍ତି ବରଗଡ଼ର ମା’ ପ୍ରକାଶନୀର ସତ୍ଵାଧିକାରୀ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁ ।

Leave A Reply

Your email address will not be published.

error: Content is protected !!