ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗାଡ ପଞ୍ଚାୟତ ସିଂଘାଣିମୁଣ୍ଡା ଗାଁରେ ମଦ କାରବାର ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ରବିବାର ସ୍ଥାନୀୟ ୱାର୍ଡ ସଭ୍ୟଙ୍କ ଅଧ୍ୟକ୍ଷତାରେ ମହିଳାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିଶାଗ୍ରସ୍ତ ହୋଇ କୁମାର୍ଗରେ ଯାଉଥିବା ଯୁବକ ଓ ପରିବାର ଗୁଡିକୁ ନିଶାରୁ ଦୂରେଇ ରଖିବାକୁ ଆଲୋଚନା ହୋଇଥିଲା । ଏଥିପାଇଁ ଘର ଘର ବୁଲି ସଚେତନ କରିବାକୁ ଉଦ୍ୟମ କରିବା ସହ ଗାଁରେ ସମସ୍ତ ପ୍ରକାର ନିଶାଦ୍ରବ୍ୟ ବିକ୍ରୟ ବନ୍ଦ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ବୋଲି ପୂର୍ବ ସରପଞ୍ଚ ଲେକ୍ରୁ ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.