csstore

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ଆର.ହାଇସ୍କୁଲ ଖେଳ ପଡିଆରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ୟୁନେସ୍କୋର ସମ୍ମାନିତ ସଭ୍ୟ ତଥା ଅଷ୍ଟ୍ରେଲିଆର ସୁନାମଧନ୍ୟ ଶିଶୁ ବିଶେଷଜ୍ଞ ଡା. ଚିତ୍ତ ରଂଜନ ଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡାବିତ୍‌ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାରେ ପରିଚାଳନା କମିଟିର ସଭାପତି ବସନ୍ତ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଗୋପିନାଥ ରଥ, ପୂର୍ବତନ ଶିକ୍ଷକ ତଥା ଛାତ୍ର ରାମ ଗୋପାଳ ଖମାରୀ ଶର୍ମା ଅତିଥି ଭାବେ ମଞ୍ଚାସୀନ ଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ତଥା ସଂପାଦକ ସୌରଭ ପଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି କ୍ରୀଡାବିତ୍‌ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ବର୍ଗରେ ଆୟୁଷ ପରୁଆ ଏବଂ କନିଷ୍ଠ ବର୍ଗରେ ଆକାଶ ପାଣ୍ଡେ ଗ୍ରୁପ ଚମ୍ପିୟାନ ହୋଇଥିଲେ । ବରିଷ୍ଠ ଶିକ୍ଷକ ବିକାଶ ରଞ୍ଜନ ସାହୁ ସଭା ସଂଯୋଜନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷକ ସୁନିଲ ଚନ୍ଦ୍ର ବିଶ୍ୱାଲ, କ୍ରୀଡା ଶିକ୍ଷକ ସ୍ୱାଗତ ମେହେର, ରାଜେନ୍ଦ୍ର ଭୋଇ, ବି.ରଜତ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଏବଂ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଗୁରୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.