oom

ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଯାପିତ : ରାମଜୀ ପଡ଼ାକୁ ୨-୦ଗୋଲରେ ହରାଇ ତୁଳାପଡ଼ା ବିଜୟୀ

jsmm

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ ସ୍ଥିତ ଅଗ୍ରଣୀ କ୍ରୀଡ଼ାନୁଷ୍ଠାନ ଲାଞ୍ଜିଗଡ଼ ରୋଡ଼ ସ୍ପୋଟର୍ସ ଆସୋସିଏସନ୍ ଆନୁକୂଲ୍ୟରେ ସିକେରକୁପା ବାଉଁଶ ଡିପୋ ଖେଳ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଗତକାଲି ଫାଇନାଲ ମୁକାବିଲା ସହିତ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ରାଜ୍ୟ ସରକାର ଜାତୀୟ ଖେଳ ହକି ଭଳି ଅନ୍ୟାନ୍ୟ ଖେଳକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଏହା ଦ୍ୱାରା ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭା ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇପାରିବେ ବୋଲି ନିଜ ବକ୍ତବ୍ୟରେ ମତ ଦେଇଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ବିଶ୍ୱନାଥପୁର ସ୍ଥିତ ମା’ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ ଯୋଗଦେଇ ଖେଳାଳୀମାନଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ଉଦ୍‌ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ତଥା ଯୁବନେତା ସଞ୍ଜୀବ ନାୟକ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ସମିତି ସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ବୁଦ୍ଧିଆ, ଦୀପକ ମହାପାତ୍ର, ସୁରେନ୍ଦ୍ର ମାଝୀ, ପ୍ରସନ୍ନ ପରିଡ଼ା, ମନୋରଞ୍ଜନ ନାୟକ, ନାଭି ଗହୀର, ସୁବନ ଭୋଇ, ସମାଜସେବୀ ସୁବାସ ଅଗ୍ରୱାଲ, କନୌଜ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.