pakka

ଜାତୀୟ ସ୍ତରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଯୁବବର୍ଗ ଉଦ୍ୟୋଗ କ୍ଷେତ୍ରରେ ନେତୃତ୍ୱ ନେବା ଆବଶ୍ୟକ : ମନ୍ତ୍ରୀ ଶ୍ରୀ ଦେବ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓ-ହବ୍‌ ଠାରେ ଷ୍ଟାର୍ଟଅଫ୍‌ ଓଡିଶାର ଏକ ବର୍ଷ ପୂର୍ତ୍ତି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଉଦ୍ୟୋଗ କ୍ଷେତ୍ରରେ ଓଡିଶାକୁ ଭାରତ ମାନଚିତ୍ରରେ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଯୁବବର୍ଗ ତାଙ୍କର ସୃଜନଶୀଳ ପ୍ରତିଭା ଏବଂ ବୁଦ୍ଧିମତାକୁ ପ୍ରୟୋଗ କରି ଉଦ୍ୟୋଗୀ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏହି ଅବସରେ ଷ୍ଟାର୍ଟଅପ ଓଡିଶାର ନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଆଜି ଷ୍ଟାର୍ଟଅପ୍‌ ଓଡିଶା ରାଜ୍ୟରେ ଏକ ପ୍ରମୁଖ ଇନ୍‌କ୍ୟୁବେଟର ପ୍ରତିଷ୍ଠା କରିବା ସହ ଏକ ଉତ୍ତମ ଷ୍ଟାର୍ଟଅପ୍‌ ସୃଷ୍ଟି କରି ପାରିଥିବା କହିଥିଲେ ବର୍ତ୍ତମାନ ରାଜ୍ୟରେ ୧୪୫୦ଟି ଷ୍ଟାର୍ଟଅପ୍‌ ବିଭିନ୍ନ କ୍ଷେତ୍ରରେ ହୋଇପାରିଥିବା ବେଳେ ୨୫ଟି ଇନ୍‌କ୍ୟୁବେଟର ପ୍ରତିଷ୍ଠା ହୋଇ ବିଭିନ୍ନ ପ୍ରକାରର ଉତ୍ପାଦ ତିଆରି କରିପାରୁଥିବା ସେ ପ୍ରକାଶ କରିଥିଲେ । ଅତ୍ୟତମ ଅତିଥି ଭାବେ ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଥିଲେ ଯେ, ଷ୍ଟାର୍ଟଅପ୍‌ର ବିକାଶ ପାଇଁ ରାଜ୍ୟ ସବୁ ପ୍ରକାର ସାହାଯ୍ୟ ଦେବାକୁ ପ୍ରସ୍ତୁତ । ଆଗକୁ ଏକ ସ୍ୱଚ୍ଚ ନୀତି ପ୍ରଣୟନ କରାଯିବ, ଯାହା ଏହି ଉଦ୍ୟମକୁ ତ୍ୱରିତ ଭାବେ ଷ୍ଟାର୍ଟଅପ୍‌ ସୁସ୍ଥ ପରିମଳ ସୃଷ୍ଟି କରିପାରିବ ବୋଲି କହିଥିଲେ । ଏହି ଅବସରରେ ଓ-ହବ୍‌ ବୁକ୍‌ଲେଟ ଉନ୍ମୋଚନ କରାଯାଇଥିଲା । ଏହି ବୁକ୍‌ଲେଟ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ କାହାଣୀ ସହ ଓ-ହବ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡିକ ବ୍ୟାଖ୍ୟା କରାଯାଇଛି । ଏଥି ସହିତ ମେଣ୍ଟର କନେକ୍ଟ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା । ଏହା ଦ୍ୱାରା ବିଶେଷଜ୍ଞମାନଙ୍କ ଦ୍ୱାରା ୁପଯୁକ୍ତ ସହଯୋଗ ମିଳିପାରିବ । ପରେ ଅତିଥିମାନେ ଉପସ୍ଥିତ ଷ୍ଟାର୍ଟଅପ୍‌, ୁଦ୍ୟୋଗୀ ଏବଂ ିଇନ୍‌କ୍ୟୁବେଟରମାନଙ୍କ ସହ ଖୋଲା ଆଲୋଚନା କରିଥିଲେ । ଯୁବ ଉଦ୍ୟୋଗୀମାନଙ୍କୁ ତାଙ୍କର ସୃଜନଶୀଳତାର ପରିପ୍ରକାଶ କରିବା, ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବା ,ବଂ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ନୂଆ ଉପକରଣ ବିକଶିତ କରିବା ଆଦି ଲକ୍ଷ୍ୟ ରଖି ରାଜ୍ୟ ସରକାର ଭୁବନେଶ୍ୱରଠାରେ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ କରୁଛନ୍ତି । ବତବର୍ଷ ମୁଖ୍ୟମନ୍ତ୍ରୀ ଏହି ଓ-ହବର ଶୁଭ ଉଦ୍‌ଘାଟନ କରିଥିଲେ । ଏହା ଷ୍ଟାଅପ୍‌ ଓଡିଶାର ଇକ୍ୟୁବେସନ୍‌ କେନ୍ଦ୍ର । ୨୦୧୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସର୍ବମୋର୍ଟ ୧୪୫୦ଟି ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରାଯାଇଛି । ଏଥିମଧ୍ୟରୁ ମହିଳାମାନଙ୍କ ଦ୍ୱାରା ୫୯୦ଟି ଷ୍ଟାର୍ଟଅପସ୍‌ ପରିଚାଳିତ । ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ଏହି ଓ-ହବ୍‌ ଷ୍ଟାର୍ଟଅପସ୍‌ ପରିମଣ୍ଡଳ ସୃଷ୍ଟି କରିବାରେ ବିଶେଷ ଭୂମିକା ଗ୍ରହଣ କରାଯାଇଛି । ଏହା ନିରନ୍ତର ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଅଧିକରୁ ଅଧିକ ଷ୍ଟାର୍ଟଅପ୍‌ ଏଥିରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଏକ ବର୍ଷର ସଫଳତା ସକାଷଶ ଏହାକୁ ଆଡମ୍ବର ସକାଶେ ପାଳନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ନିର୍ମିତ ଦୁଇଟି ସଦୃଶ ସୁଉଚ୍ଚ ଟାୱାରରେ ଷ୍ଟାର୍ଟଅପ୍‌ ସକାଣେ ଆବଶ୍ୟକ ସବୁପ୍ରକାର ସୁବିଧା ଉପଲବ୍ଧ କରାଯାଇଛି । ଆଗକୁ ଏଠାରେ ସୁପର ଡିଜିଟାଲ ଫାବ୍ରିକେସନ ଲାବୋରେଟୋରୀ(ଫାବ୍‌ଲ୍ୟାବ୍‌) ପ୍ରତିଷ୍ଠା ହେବାର ଯୋଜନା ରଖାଯାଇଛି ।

jay balangir
Leave A Reply

Your email address will not be published.

twelve + 16 =