jayashree

ବ୍ରିସ୍କା ଅନୁଷ୍ଠାନର ୧୬ତମ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ଯୁବ କଳାକାର ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ରିସ୍କା ଅନୁଷ୍ଠାନର ୧୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଶୀନୁସୁନ୍ଦର ପାଢୀ, ପ୍ରଭାକର ମିଶ୍ର, ଦିଗାମ୍ବର ନାୟକ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ‘କୋଭିଡ୍‌ ପରବର୍ତ୍ତୀ ଶିକ୍ଷା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବ୍ରିସ୍କା ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶିକା ସଂଗୀତା ଦାସଙ୍କ ଆନ୍ତରିକତା ତଥା କଠୋର ପରିଶ୍ରମ ଫଳରେ ଏହି ଅନୁଷ୍ଠାନ ବଲାଙ୍ଗିରର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୂପରେ, ତା’ସହ କଳା ସଂସ୍କୃତି କ୍ଷେତ୍ରରେ ସଂଜ୍ୟୋତ କଳା କେନ୍ଦ୍ର ପ୍ରତିଷ୍ଠା କରି ଅନେକ ସୁନାମ ଅର୍ଜନ କରିଥିବା ଅତିଥିମାନେ ଉଲ୍ଲେଖ କରିଥିଲେ । ଆଗାମୀ ପିଢି ପାଇଁ ଏକ ଅନୁଷ୍ଠାନ ଆହୁରି ଅନେକ ଦକ୍ଷ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରିବ ମୋର ବିଶ୍ୱାସ ବୋଲି ଅତିଥି ଶ୍ରୀ ପାଢୀ ବକ୍ତବ୍ୟ ରଖିଥିଲେ । ଆଲୋଚନାଚକ୍ର ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଅନେକ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନେକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଦେଇଥିଲେ ଅତିଥି । ଏହି କାର୍ଯ୍ୟକ୍ରମରେ ବ୍ୟାସଦେବ ପୁରୋହିତ, ସୁରେଶ ଷଡଙ୍ଗୀ, କପିଳେଶ୍ୱର ଖମାରୀ, ମୁରଲି ପତି, ବ୍ରହ୍ମାନନ୍ଦ ବନଛୋର, ଜୟକୃଷ୍ଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ର ମହେକ ଝରିଆ, ରିତିକା ପାଣିଗ୍ରାହୀ, ରାକ୍ଷୀ, ରିତା, ଆରତି ନନ୍ଦ, ଖୁସୁବୁ ଖମାରି, ପୁନମ ଛତ୍ରିଆ, ରୋଶନ ସାହୁ, ଶୁଭାକର ମନହୀରା, ଦିବ୍ୟାଂଶୁ ଖୁଆସ ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.