jsm

ପଦ୍ମପୁର ବ୍ଲକରେ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁସ୍ତକ ବ୍ୟକ୍ତି ଭିତରେ ଥିବା ଜିଜ୍ଞାସା ପ୍ରବୃତ୍ତିକୁ ଜାଗ୍ରତ କରେ । ଅଜ୍ଞାନର ପରଦା ହଟାଇ ଜ୍ଞାନର ଗବାକ୍ଷ ଉନ୍ମୁକ୍ତ କରେ । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବାକୁ ‘ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର’ର ବ୍ଲକ ପରିକ୍ରମା କ୍ରମରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଦେଉଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ୟ୍ୟକ୍ରମରେ ମତ ପ୍ରକାଶ ପାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲତିକା ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁରର ଗୋଷ୍ଠୀ ଶିକ୍ଷା ଅଧିକାରୀ କାଳିଚରଣ ଦୁବେ, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ମନୋରଞ୍ଜନ ସାହୁ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଔପନ୍ୟାସିକା ଜିତେଶ୍ଵରୀ ଦାଶ, ଏବିଓ ଜୟ କୁମାର ସାହୁ, ରାମ ସିଂ ଭୋଇ, ଶିକ୍ଷାବିତ୍ ଧର୍ମ କୁମାର ଶତପଥୀ ଓ ସମାଜସେବୀ ଜ୍ୟୋତ୍ସ୍ନା ରାଣୀ କର ଯୋଗଦାନ କରି ଛାତ୍ର ଜୀବନରେ ପାଠାଗାର ଓ ପୁସ୍ତକର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖି ପୁସ୍ତକ ବ୍ୟକ୍ତିର ଜିଜ୍ଞାସା ପ୍ରବୃତ୍ତିକୁ ଜାଗ୍ରତ କରିବା ସହ ଜ୍ଞାନର ଗବାକ୍ଷ ଉନ୍ମୁକ୍ତ କରେ ବୋଲି ମତବ୍ୟକ୍ତ କରିଥିଲେ । ପଠିତ ପୁସ୍ତକ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ହିତେଶ୍ଵରୀ ପ୍ରଧାନ, ଦୁଲଣ ବୁଡେକ ଓ ସାନିଆ ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାକୁ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଅଶୋକ କୁମାର ସାହୁ ସପ୍ସଯୋଜନା କରିଥିଲେ ଓ ଆବାହକ ଡକ୍ଟର ରବିନାରାୟଣ ସାହୁ ଉଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷୟିତ୍ରୀ କରିସ୍ମା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ଶିକ୍ଷକ ସୌକିଲାଲ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.