csstore

ସାରଳା ଶକ୍ତିପୀଠରେ ନାଗପୂଜା ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଗାମୀ ୧୯ ତାରିଖରେ ଢୋଲମହୁଲ ସ୍ଥିତ ସାରଳା ଶକ୍ତିପୀଠରେ ନାଗପୂଜା ପାଇଁ ପୀଠଧୀଶ ମୁରଲୀ ବାବାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ନିର୍ଦ୍ଦିଷ୍ଟ ସମୟରେ ଗୁରୁବରଣ, ନାଗ ବରଣ, ପୀଠ ମଣ୍ଡଳୀ ପୂଜା, ଦେବତା ବରଣ, ସନ୍ଧ୍ୟା ଆଳତି, ଜପସିଦ୍ଧ ମନ୍ତ୍ର ବିଶ୍ରମ ଆଳତି ଆଦି କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲା । ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଆଲୋଚନାରେ ନିଷ୍ପତ୍ତି ହୋଇଥିଲା । ବୈଠକରେ ପୀଠର କର୍ମକର୍ତ୍ତା ପ୍ରକାଶ ମହାରଣା, ବ୍ରଜ ମେହାନ ବିଶୋଇ, ରବି କୁଅଁର, ଡାକ୍ତର କୁଅଁର, ମୁକେଶ ପଧାନ, କୈଳାସ ପଧାନ, ସୁରେନ୍ଦ୍ର କୁଅଁର, ବ୍ୟାସଦେବ ପୁଟେଲ, ରାମ ରାୟ, କୁମରମଣି ଧରୁଆ, ମୁକେଶ ଧରୁଆ, ଶକୃ ଢୁଷା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.