jsm

କଳା ଯମୁନା ବିଦ୍ୟାଳୟରେ ୬୧ତମ ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ କଳା ଯମୁନା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ୬୧ତମ ଶିଶୁ ଲେଖା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗୀରଥି ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ସମଗ୍ର ଶିକ୍ଷା ଶୈଖିକ ସଂଯୋଜକ ଡ. ସନ୍ତୋଷ କୁମାର ପଣ୍ଡା, ନିମନ୍ତ୍ରିତ ଅତିଥି ପିରମଲ୍ ଫାଉଣ୍ଡେସନ ଜିଲ୍ଲା ମୁଖ୍ୟ ସୁଶ୍ରୀ ସସ୍ମିତା ରଥ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା, ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ. ଶଙ୍କର ନାରାୟଣ ବେଜ, ୱାର୍ଡ ସଭ୍ୟ ସାଗର ପ୍ରଧାନ, ଗ୍ରାମ ସଭାପତି ରଞ୍ଜିତ କୁମାର ମାଳି, ବିଦ୍ୟାଳୟ ଅଧ୍ୟକ୍ଷ ପଙ୍କଜ ମାଳି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପଙ୍କଜ ମାଳି ଏବଂ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧନ ସହ ଶିକ୍ଷୟିତ୍ରୀ ଭାରତୀ ମହାପାତ୍ର ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନେ କବିତା ଆବୃତ୍ତି, ଗଦ୍ୟ ପଠନ ପ୍ରସ୍ତୁତ କରିବା ସହ ପଠନୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ଏବଂ ମାନପତ୍ର ଦ୍ଵାରା ପୁରସ୍କୃତ ହୋଇଥିଲେ । ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ହୁମ୍ମା ସାଧନ କେନ୍ଦ୍ର ସଂଯୋଜକ ଦାମୋଦର ପଣ୍ଡା ଶିକ୍ଷକ ରବୀନ୍ଦ୍ର ସେଠୀ, ବହୁ ସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପଠନ, ଲିଖନ ଓ ଆବୃତ୍ତିର ଏକ ପୁସ୍ତିକା ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ତତ୍ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଗଳ୍ପ, ପ୍ରବନ୍ଧ, କବିତା ବିଭାଗର ପଠନ, ଲିଖନ ଓ ଆବୃତ୍ତି ମାଧ୍ୟମରେ ଗଣିତ ଶିକ୍ଷା ଏଫ୍‌ଏଲ୍‌ଏନ୍ କାର୍ଯ୍ୟକ୍ରମକୁ ସମର୍ଥନ ଦେଇ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନିଜ ନିଜ ଶୈକ୍ଷିକ ଦକ୍ଷତାର ପରିଚୟ ଦେଇଥିଲେ ।

yuvodaya
Leave A Reply

Your email address will not be published.