ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ୪ର୍ଥ ଦିବସର ମେଚ୍

  • ସନ-ରାଇଜ ଛତ୍ରପୁର ସହ ଭୁବନେଶ୍ୱର ବ୍ଲାକ ବ୍ଲାଷ୍ଟାର ମଧ୍ୟରେ ମେଚ୍‌ ଆରମ୍ଭ ହୋଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲରୋଡ଼ ନିକଟରେ ଚାଲିଥିବା ବନ୍ଧୁତ୍ତ୍ୱପୂର୍ଣ୍ଣ ମେଚ୍ ଖୁବ ସରଗରମ ହୋଇଛି । ଏହି ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ ଗତ ୧୧ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏହି ମେଚ୍ ଆସନ୍ତା ୧୮ ତାରିଖରେ ଗ୍ରାଣ୍ଡ-ଫାଇନାଲରେ ଯୋଗ ସୂତ୍ରରେ ମିଶିବ । ରାଇଜିଙ୍ଗଷ୍ଟାର ଭଲିବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ସମାଜସେବୀ ସ୍ୱର୍ଗତ ତାରା ପଣ୍ଡା ସ୍ମାରକୀ ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ବୁଧବାର ୪ର୍ଥ ଦିବସରେ ପହଞ୍ଚିଛି । ବୁଧବାର ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ମେଚ୍‌ରେ ସନ-ରାଇଜ ଛତ୍ରପୁର ସହ ଭୁବନେଶ୍ୱର ବ୍ଲାକ ବ୍ଲାଷ୍ଟାର ମଧ୍ୟରେ ଘାମାଘୋଟ ଲଢେଇ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ଦିଗପହଣ୍ଡି ସହ କୋଦଳା ମଧ୍ୟରେ ଖେଳ ସଂଗଠିତ ହୋଇଥିବା ବେଳେ ଏଥିରେ ଦିଗପହଣ୍ଡି ଦଳ ବିଜୟୀ ହୋଇଥିଲେ ରାକେଶ କୁମାର ମେନ ଅଫ ଦି ମେଚ୍‌ରେ ସମ୍ମାନୀତ ହୋଇଥିଲେ ।

Leave A Reply

Your email address will not be published.