ସ୍ୱାମୀ ନିଖୋଜ ନେଇ ସଦର ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ନିଖୋଜ ନେଇ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମାଧିଆପାଲିର ଜଣେ ସ୍ତ୍ରୀ । ନିଖୋଜ ଯୁବକ ଜଣକ ମାଧିଆପାଲିର ରଂଜିତ ମହାନନ୍ଦ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ କହିବାନୁସାରେ ରଂଜିତ ଗତ ୯ ତାରିଖରେ ଘରୁ କାମ କରି ଯିବା ପାଇଁ ବାହାରି ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି କରିବା ସତ୍ୱେ ମଧ୍ୟ ରଂଜିତଙ୍କ ଖୋଜ ଖବର ମିଳି ନଥିଲା । ଫଳରେ ନିଖୋଜ ରଂଜତିଙ୍କ ସ୍ତ୍ରୀ ଶ୍ରୀମତୀ ମାନସୀ ମହାନନ୍ଦ ସଦର ଥାନାର ଦ୍ୱାରସ୍ଥ ହୋଇ ତାଙ୍କ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.