ଖୋର୍ଦ୍ଧା ଜିଲ୍ଲା ଲୋକ ମହୋତ୍ସବ ଉଦ୍‌ଯାପିତ

ଖୋର୍ଦ୍ଧା : ସ୍ଥାନୀୟ ଗୁରୁଜଙ୍ଗଠାରେ ଗତ ୭ ତାରିଖଠାରୁ ଆରମ୍ଭ ହୋଇଥବା ଲୋକ ମହୋତ୍ସବ ଗତକାଳି ଉଦ୍‌ଯାପିତ ହୋଇଯାଇଛି । ଆଶ୍ଵାସନା ପରିବାର ସଂଯୋଜକ ବିଧାନ ମହାନ୍ତିଙ୍କ ଅଧକ୍ଷତାରେ ପ୍ରାକ୍ତନ ସାଂସଦ ପ୍ରସନ୍ନ ପାଟଶାଣୀ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏ ମାଟି କଳା ଓ ସଂସ୍କୃତି ପ୍ରାଣ କେନ୍ଦ୍ର ବୋଲି ପ୍ରକାଶ କରିଥିଲେ ।

ଏ ଅବସରରେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ୟାହୁ ଓ ଅନ୍ୟାନ୍ୟ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.