ଗୋପାଳପୁର ବେଳାଭୂମି ମହୋତ୍ସବ

  • ସ୍ମରଣିକା ‘ଶାମୁକା’ ପାଇଁ ଲେଖା ଆହ୍ୱାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ଡିସେମ୍ବର ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଗୋପାଳପୁର ବେଳାଭୂମିର ସିକତା ଶୋଭିତ ସ୍ଥଳରେ ଅନୁଷ୍ଠିତ ହେବ । ଏହି ଅବସରରେ ବିଗତ ବର୍ଷ ଅନୁରୂପ ଚଳିତ ବର୍ଷ ମଧ୍ୟ ମହୋତ୍ସବ ସ୍ମରଣିକା ‘ଶାମୁକା’ ଆତ୍ମପ୍ରକାଶ କରିବ । ‘ଶାମୁକା’ ନିମନ୍ତେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଭାଷା, ସାହିତ୍ୟ, ସଂସ୍କୃତି, ସ୍ଥାପତ୍ୟ, ନୃତ୍ୟ, ସଂଗୀତ, ନାଟକ, ପର୍ଯ୍ୟଟନ, କୃଷି, ବାଣିଜ୍ୟ, ଲୋକ ସଂସ୍କୃତି, ସ୍ଥାନୀୟ ଦେବାଦେବୀ ଓ ଗଞ୍ଜାମର ବରପୁତ୍ରଙ୍କ ସମ୍ପର୍କିତ ବିଷୟ ମଧ୍ୟରୁ ଯେ କୌଣସି ଗୋଟିଏ ବିଷୟରେ ଚାରି / ପାଞ୍ଚ ପୃଷ୍ଠାର ସୁପ୍ରସ୍ତୁତ ପ୍ରବନ୍ଧଟିଏ ପଠାଇବାକୁ ଅନୁରୋଧ । ପ୍ରବନ୍ଧ ବ୍ୟତିରେକ ଅନ୍ୟ କୌଣସି ଯଥା : କ୍ଷୁଦ୍ରଗଳ୍ପ, କବିତା, ଏକାଙ୍କିକା, ଫିଚର୍ ଆଦି ଲେଖା ଗ୍ରହଣ କରାଯିବ ନାହିଁ । ଅଧିକନ୍ତୁ କମ୍ପ୍ୟୁଟରରେ ଆକୃତି ଫଣ୍ଟ୍ ଯୋଗେ ସ୍ୱହସ୍ତ ଲିଖିତ ଲେଖା ଡିଟିପି କରି ଆସନ୍ତା ଡିସେମ୍ବର ୧୮ ତାରିଖ ମଧ୍ୟରେ ନିମ୍ନ ପ୍ରଦତ୍ତ ଇ-ମେଲ୍ ଠିକଣା: – [email protected]ରେ ପଠାଇବାକୁ ରବିନାରାୟଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ, ଛତ୍ରପୁର ସବିନୟ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.