oom

ଭୀଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ         

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ହାଇସ୍କୁଲର ହୀରକ ଜୟନ୍ତୀ ମହୋତ୍ସବ ପାଳନ ହେବାକୁ ଯାଉଛି । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ହାଇସ୍କୁଲର ୨ ଶହରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଫେବୃୟାରୀ ୧୦ ତାରିଖ ଠାରୁ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ମହୋତ୍ସବ ପାଳନ ନିମନ୍ତେ ଅଭ୍ୟର୍ଥନା କମିଟି ଗଠନ କରାଯାଇଛି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବାଳକୃଷ୍ଣ ପଣ୍ଡାଙ୍କୁ ସଭାପତି, କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ବକ୍ସି, ଉପସଭାପତି ଭାବେ ରାଜେନ୍ଦ୍ର ପ୍ରସାଦ ପାଠୀ, ପିତାମ୍ବର ଗୌଡ଼, ରବି ଚନ୍ଦ୍ର ଗୌଡ଼ ଏବଂ ରାଜେନ୍ଦ୍ର ଗୌଡ଼ଙ୍କୁ ସମ୍ପାଦକ, ଏସ.ଆନନ୍ଦ ରାଓ ପୃଷ୍ଟି ଏବଂ ଦିଲ୍ଲୀପ କୁମାର ପାତ୍ରଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ୫୦ ଜଣଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯାଇଛି । ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ବୈଠକ ବସି ନିଷ୍ପତ୍ତି କରାଯିବ ବୋଲି ବୈଠକରେ କୁହାଯାଇଛି ।

jittmm
Leave A Reply

Your email address will not be published.