ନୂଆଦିଲ୍ଲୀ : ଏମ୍ସିଡି ନିର୍ବାଚନରେ ପରାଜୟ ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ଅଧ୍ୟକ୍ଷ ଆଦେଶ ଗୁପ୍ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ବର୍ତ୍ତମାନର ଦିଲ୍ଲୀ ବିଜେପି ଉପାଧ୍ୟକ୍ଷ ବିରେନ୍ଦ୍ର ସଚ୍ଚଦେବା ପରବର୍ତ୍ତୀ ବ୍ୟବସ୍ଥା ପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବୋଲି କେନ୍ଦ୍ରୀୟ ବିଜେପି ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।