pakka

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

bbehera
  • ନିର୍ମାଣ ଶ୍ରମିକମାନଙ୍କ ସମସ୍ୟା ଦୂର ନହେଲେ ଶ୍ରମ ଅଫିସ ତାଲା ପଡ଼ିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ମାଣ ଶ୍ରମିକଙ୍କୁ ଅଫଲାଇନ୍‌ ଓ ଅନଲାଇନ୍‌ରେ ପଞ୍ଜିକରଣ କରିବା, ଗଦା ଗଦା ଦରଖାସ୍ତକୁ ରିନ୍ୟୁଆଲ ତୁରନ୍ତ କରିବା, ମୃତ୍ୟୁ, ଶିକ୍ଷା, ବିବାହ ସହିତ ସହାୟତା ତୁରନ୍ତ ପ୍ରଦାନ କରିବା, ରିନ୍ୟୁଆଲ ଲାଗି ଓଟିପି ବ୍ୟବସ୍ଥା ବାତିଲ କରିବା, ନିର୍ମାଣ ଶ୍ରମିକଙ୍କୁ କାର୍ଯ୍ୟାଳୟକୁ ଡାକିବା ବନ୍ଦ କରିବା ସମେତ ୧୧ ଦଫା ଦାବୀ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ବୁଧବାର ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶ୍ରମ ସଚିବ ଓ ଶ୍ରମ କମିଶନରଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହା ସହିତ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସିଟୁ ଏଆଇଟିୟୁସି, ଆଇଏନଟିୟୁସି ଏବଂ ଏଚଏମଏସ ନେତାମାନେ ରାଜ୍ୟ ସରକାରଙ୍କର କଲ୍ୟାଣ ବୋର୍ଡର କାର୍ଯ୍ୟରେ ହସ୍ତକ୍ଷେପ ଓ ଅଫିସରମାନଙ୍କର ମନମୁଖୀ ନୀତିର ସମାଲୋଚନା କରିଥିଲେ । ଏହି ଗଣଧାରଣା ବେଳେ ଆଇଏନଟିୟୁସି ନେତା ଭୋକାଲି ସେଠି, ଭାଗିରଥି ବେହେରା, ଇଜୁ ଆମିନ ଖାନ, ଏଆଇଟିୟୁସି ନେତା ଦଣ୍ଡପାଣି ସାମଲ, ଏଚଏମଏସ ନେତା ରାଜେନ୍ଦ୍ର ଦାଶ, ମମତା ନାୟକ, ସିମାଞ୍ଚଳ ନାହାକ, କେଶବ ନାହାକ, ବିଜୟ ମୁଦୁଲି, ନିରଞ୍ଜନ ରାଉଳଙ୍କ ସମେତ ବହୁ ନିର୍ମାଣ ଶ୍ରମିକମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

9 + nine =